ads

Breaking News

ଶିଶୁଆପଡାରେ ରାମ ନାଟକ ଉଦ୍ଘାଟନ

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ଗ୍ରାମ ପଞ୍ଚାୟତର ଶିଶୁଆପଡା ଗ୍ରାମ କୋଠ ମଣ୍ଡପ ପରିସରରେ ଦିନିକିଆ ରାମ ନାଟକକୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଉଦ୍ଘାଟନ କରି ଆମ ଅଞ୍ଚଳରୁ ହଜି ଯାଉଥିବା କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ସମସ୍ତଙ୍କ ଉଦ୍ଦ୍ୟମ ଦରକାର ବୋଲି ସେ କହିଥିଲେ । ବିଶେଷ କରି ଗ୍ରାମବାସୀ ମାନେ ରାମ ନାଟକ ଆୟୋଜନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ କଲ୍ୟାଣପୁର ସରପଞ୍ଚ ଙ୍କ ପ୍ରତିନିଧି ସଂଜୟ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ, ନବଘନ ପ୍ରଧାନ, ବସନ୍ତ ବେହେରା ଓ ଗ୍ରାମ କୋଠର ମୁରବୀ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts