ads

Breaking News

ଜିଲ୍ଳପାଳଙ୍କ ଅଭିଯୋଗ ଶୁଣାଣିରେ କୋହଲା ପାଗ ଯୋଗୁ ଅଭିଯୋଗ ସଂଖ୍ଯା କମିଲା

ପିପିଲି-ପିପିଲି ବ୍ଲକ ସଭାଗୃହ ପରିସରରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ମାତ୍ର ପାଗ କୋହଲା ଯୋଗୁ ଅଭିଯୋଗ ସଂଖ୍ୟା କମିଲା ବୋଲି କର୍ମଚାରୀ ମହଲରେ ଆଲୋଚନା ହୋଉଥିବାର ଜଣାପଡିଛି । ଜିଲ୍ଲାପାଳ ପୁରୀ ଜ୍ୟୋତି ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ୩୧ଗୋଟି ଅଭିଯୋଗ ର ଶୁଣାଣି ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ଶିବିରରେ ପୁରୀ ଏସପି ଡ. ସାର୍ଥକ ଷଡଙ୍ଗୀ , ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ,ଉପଜିଲ୍ଲାପାଳ ଭବ ତରଣ ସାହୁ,ଜିଲ୍ଲା ପ୍ରକଳ୍ପ ଅଧିକାରି ଉଦ୍ଧବ ଚରଣ ମାଝି, ଜିଲ୍ଲା ପଂଚାୟତ ଅଫିସର ବାଉରି ବନ୍ଧୁ ସାହୁ,ଜିଲ୍ଲା ଯୋଗାଣ ବିଭାଗ ଅଧିକାରି ତୁଷାର କାନ୍ତ ଦେଓ,ବିଡିଓ ଶ୍ୟାମ ସୁନ୍ଦର ଟୁଡୁ,ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,ଆତ୍ମା ଅଧକ୍ଷ ପିପିଲି ଧରଣି ଧର ସାହୁ,ଯୁବ ସଂଘଠକ ଆର୍ତ୍ତବନ୍ଧୁ ସାମନ୍ତରାୟ,ମନୋଜ ଦାସ,ବିଶ୍ୱଜିତ ଦାସ,ସରପଞ୍ଚ  ପ୍ରକାଶ ଧଳ ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରି ପ୍ରମୁଖ  ଉପସ୍ଥିତ ଥିଲେ ।  ଅଭିଯୋଗ ଶୁଣାଣିରେ ବିଜୁ ପକ୍କାଘର,ଇନ୍ଦିରା ଆବାସ,ପ୍ରଧାନମନ୍ତ୍ରୀ ଆବସ ଯୋଜନା,ରାସନକାର୍ଡ,ଭତ୍ତା ଆଦି ହିତାଧିକାରିଙ୍କୁ ଠିକ ସମୟରେ ନମିଳିବା ଅଭିଯୋଗ ଆସିଥିଲା । ଜିଲ୍ଲାପାଳ ଏହାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରିଙ୍କୁ କହିଥିଲେ । ପିପିଲି ତହସିଲରେ ଦିର୍ଘଦିନ ହେବ ତହସିଲଦାର ନଥିବାରୁ ତହସିଲ ଅଚଳାବସ୍ତାକୁ ସୁଧାର ଆଣିବା ,  ତହସିଲ ଠାରୁ ପିପିଲି କୋର୍ଟକୁ ସ୍ଥାୟୀ ରାସ୍ତା ଯୋଗାଇ ଦେବା ସମ୍ପର୍କରେ ପିପିଲି ଓକିଲ ସଂଘ ଜିଲ୍ଲାପାଳଙ୍କୁ ଅଭିଯୋଗ ଆଣିଥିଲେ । ସେହିପରି ପିପିଲି ଆତ୍ମା ଅଧ୍ୟକ୍ଷ  ଧରଣିଧର ସାହୁ ନିର୍ମାଣ ଶ୍ରମିକ ମାନେ କୈାଣସି ସୁବିଧା ପିପିଲି ବ୍ଲକରେ ପାଉନଥିବା ଅଭିଯୋଗ କରିଥିଲେ । ଆସିଥିବା ଅଭିଯୋଗକୁ ଜିଲ୍ଲାପାଳ ଯଥା ଶ୍ରୀଘ୍ର ଏ ସମସ୍ତ ଘଟଣାକୁ ତଦନ୍ତ କରି ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରିଙ୍କୁ ନିଦ୍ଦେର୍ଶ ଦେଇଥିବା ଜଣାପଡିଛି ।   

ପିପିଲିରୁ ---ବିଜୟ ମହାପାତ୍ର 

ads

Blog Archive

Popular Posts