ads

Breaking News

କୃଷି ଓ ପଞ୍ଚାୟତରାଜ ମନ୍ତୀଙ୍କ ଦ୍ବାରା ବିଭିନ୍ନ ରାସ୍ତାର ସମ୍ପସାରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ


ପିପିଲି----ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ପଞ୍ଚାୟତ ର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତାର ସମ୍ପ୍ରସାରଣ କରିବା ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନିୟ ବିଧାୟକ ତଥା ପଞ୍ଚାୟତରାଜ ଓ କୃଷି ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି । ଆୟୋଜିତ ସଭାରେ କଣ୍ଟି ପଞ୍ଚାୟତ ନାରଣଖେତା ଗ୍ରାମଠାରୁ ଗୁନ୍ଥଳ ଏବଂ ଜଟଣି ପିପିଲି ରାସ୍ତାରୁ ବାରିମୁଳ ରାସ୍ତା ର ସମ୍ପ୍ରସାରଣ କରାଯିବ ବୋଲି ସହକାରି ନିର୍ବାହି ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଶନ୍ନ କୁମାର ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,ଆତ୍ମା ଅଧକ୍ଷ ପିପିଲି ଧରଣିଧର ସାହୁ, ପୁର୍ବତନ ଜିଲ୍ଲାପରିଷଦ କିଶୋର ଛୋଟରାୟ.ଆଇନିଜିବି ଶ୍ରୀଧର ପ୍ରଧାନ,ଯୁବ ସଂଘଠକ ପିପିଲି ଆର୍ତ୍ତବନ୍ଧୁ ସାମନ୍ତରାୟ,ସରପଂଚ କଣ୍ଟି ପ୍ରକାସ କୁମାର ଧଳ, ସମିତିସଭ୍ୟ ପ୍ରସନ୍ନ କୁମାର ସାହୁ, ଜିଲ୍ଲା ପରିଷଦସଭ୍ୟା ସୁମିତ୍ରା ପ୍ରଧାନ, କଣ୍ଟି ପଂଚାୟତ ବିଜେଡି ସଭାପତି ଦୁର୍ଯ୍ୟେଧନ ପରିଡା (ମଥୁରି) ପ୍ରମୁଖ ଯୋଗ ଦେଇଥିଲେ ।  

ପିପିଲିରୁ ବିଜୟ ମହାପାତ୍ର 

ads

Blog Archive

Popular Posts