ads

Breaking News

କବାଡି ଖେଳରେ ଜାତୀୟ ସ୍ତରକୁ ମନୋନୁତ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା


ଡେଲାଙ୍ଗ----   ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ତିନିଜଣ ଛାତ୍ରୀ  ନବମ ଶ୍ରେଣୀର ଛାତ୍ରୀ ଜ୍ୟେତିମୟୀ ଜେନା , ୭ମ ଶ୍ରେଣୀର ଅଞ୍ଜଳୀ ଜେନା ଓ ମମତା ଜେନା ଯାଯପୁର ଜିଲ୍ଲାର ମଧୁବନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜାତୀୟ ସ୍ତରରେ କବାଡି ଖେଳିବା ପାଇଁ ନବମ ଶ୍ରେଣୀର ଛାତ୍ରୀ ଜ୍ୟେତିମୟୀ ଜେନା ମନୋନୀତ ହୋଇଛନ୍ତି । ବିଦ୍ୟାଳୟର ପ୍ରାର୍ଥନା ସଭାରେ ଏହି ତିନିଜଣ  ଛାତ୍ରୀ ମାନଙ୍କୁ ସମ୍ବୋଦ୍ଧିତ କରାଯାଇଥିଲା । ବିଶେଷ କରି ଜ୍ୟୋତିମୟୀ ପାଇଁଙ୍କୁ ଫୁଲମାଳ ପକାଯାଇ ତାଙ୍କର ଖେଳରେ ଅଧିକରୁ ଅଧିକ ଉନ୍ନତି ହୋଉ ଓ ଡେଲାଙ୍ଗ ମାଟିର ନାମ ରଖିବା ପାଇଁ ଠକୁରଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା ।  ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ତୁଷାର କାନ୍ତ ନାୟକ, କାମିନି ପ୍ରଭା ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରମୋଦ କୁମାର ପଣ୍ଡା, ରୋଜିତା ସାହୁ, ରିନାରାଣି ସାହୁ, ଜ୍ୟୋତି ପିୟା ସାହୁ, ସୌଦାମିନି ପ୍ରଧାନ, ପ୍ରମୋଦ କୁମାର ନାୟକଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ  । ବିଦ୍ୟାଳୟର କ୍ରୀଡା ଶିକ୍ଷକ ନିରଞ୍ଜନ ମିଶ୍ରଙ୍କ ତତ୍ୱବଧାନରେ ଛାତ୍ରୀ ଜ୍ୟେତିମୟୀ  ସଫଳତା ପାଇଥିବାରୁ ମଣ୍ଡଳ ଶିକ୍ଷାଧିକାରୀ ନିରଞ୍ଜନ ପାତ୍ର ଓ ସିଆରସିସି ଦିଲ୍ଳୀପ କୁମାର ନାୟକ କ୍ରୀଡା ଶିକ୍ଷକଙ୍କୁ ପ୍ରଶଂସା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts