ads

Breaking News

ସଚେତନତାର ବାର୍ତା ଦେଲେ ଲୋଟସ୍ ରିସୋର୍ଟର କର୍ମଚାରୀ

କୋଣାର୍କ --- ପବିତ୍ର ଦୀପାବଳି ଅବସରରେ କାମତ୍ ହୋଟେଲସ୍ ର ଲୋଟସ୍ ରିସୋର୍ଟର କର୍ମଚାରୀମାନେ ପରିବେଶ ସୁରକ୍ଷା ପାଇଁ ବାଣ ନ ଫୁଟାଇବା ନିମନ୍ତେ ସଚେତନତା ବାର୍ତ୍ତା ଦେଇଛନ୍ତି । ଆଜି ଲୋଟସ୍ ରିସୋର୍ଟର କର୍ମଚାରୀମାନେ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି କୋଣାର୍କ ବଜାର ପରିକ୍ରମା କରି 'ଆତସବାଜିକୁ ନା'ର  ବାର୍ତ୍ତା ଦେବା ସହ ବିଭିନ ସଚେତନତା ବାର୍ତ୍ତା ଲେଖାଥିବା ଫଳକ ଧରି ଏକ ଶାନ୍ତି ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଦୀପାବଳି ପାଳନ କରିବା ନିମନ୍ତେ ସମସ୍ତଙ୍କୁ କାମତ୍ ହୋଟେଲସ୍  ପକ୍ଷରୁ ନିବେଦନ କରାଯିଇଥିଲା l 
 ସୂର୍ଯ୍ୟ ମନ୍ଦିର ଭ୍ରମଣରେ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳ ବାସି ଏତାଦୃଶ୍ୟ କାର୍ଯ୍ୟ ଦେଖି ପ୍ରଶଂସା କରିଥିଲା l   ବର୍ତ୍ତମାନ ପରିବେଶର ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଯାଇଛି ।  ସେଥିପାଇଁ ଏହି ପ୍ରୟାସ ଲୋକଙ୍କୁ ପ୍ରେରଣା ଯୋଗାଇବ । କାମତ୍ ହୋଟେଲସ୍ ର ଲୋଟସ୍ ରିସୋର୍ଟର ଗ୍ରୀନ ଟିମର  ପ୍ରାୟ ୪୮ ଜଣ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l 
ଏହି କାର୍ଯ୍ୟକ୍ରମକୁ କାମତ ହୋଟେଲସ ତଥା ଲୋଟସ ରିସୋର୍ଟର ଆର. ଜି. ଏମ. ଭାରତ ଭୂଷଣ ବିଶ୍ୱାଳ,  ସୁନୀଲ କୁମାର ପାଣିଗ୍ରାହୀ, ପ୍ରଭୁଦତ୍ତ ଦାସ, ଧିରେନ କୁମାର ଆଚାର୍ଯ୍ୟ, ରାଜୀବ କୁମାର ନାୟକ, ଜିତେନ୍ଦ୍ର ଜେନା, ଅଭିମନ୍ୟୁ ମାନ୍ୟଲୁ ଓ ସରଫରାଜ କୋରସିନ ପ୍ରମୁଖ ପରିଚାଳନା କରିଥିଲେ l କୋଣାର୍କ ରୁ ଅଜିତ ମଲିକ ଙ୍କ ରିପୋର୍ଟ,୧/୧୧/୨୦୨୪----୭,୪୫ Sakhigopal News,1/11/2024



ads

Blog Archive

Popular Posts