ads

Breaking News

ଜୁଆଖେଳ ଚାଲିଥିବା ବେଳେ ପୋଲିସର ଚଢାଉ, ହୋମଗାର୍ଡ ସମେତ ୧୧ ଗିରଫ


ଭଞ୍ଜନଗର------ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗାଁ ନିକଟରେ ଏକ ଘରେ ଜୁଆ ଖେଳ ଚାଲିଥିବା ବେଳେ ଗାଙ୍ଗପୁର ପୋଲିସ ଚଢାଉ କରିଥିଲା। ଏଥିରେ ୧୧ ଜଣଙ୍କୁ ଘଟଣା ସ୍ଥଳରୁ ପୋଲିସ ଗିରଫ କରିଥିବା ବେଳେ, ଜଣେ ହୋମଗାର୍ଡ ମଧ୍ୟ ସେଥିରେ ସଂପୃକ୍ତ ରହିଥିଲେ । ସେମାନଙ୍କ ଠାରୁ ନଗଦ ୭୮ ହଜାର ଟଙ୍କା, ୬ ଟି ବାଇକ୍ ଓ ୧୧ ଟି ମୋବାଇଲ ଜବତ କରିଛି ଗାଙ୍ଗପୁର ପୋଲିସ ।  ଏନେଇ ଗାଙ୍ଗପୁର ଥାନାଧିକାରୀ ରାଜେଶ କୁମାର ନାୟକ ସୂଚନା ଦେଇଛନ୍ତି । ସେମାନଙ୍କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ନାୟକ ସୁଚନା ଦେଇଛନ୍ତି। ଭଞ୍ଜନଗରରୁ ରବୀନ୍ଦ୍ର କୁମାର ପ୍ରଧାନଙ୍କ ରିପୋର୍ଟ,୧/୧୧/୨୦୨୩-----୯,୪୫ Sakhigopal News,1/11/2024

ads

Blog Archive

Popular Posts