ଘର ଆଗରେ ଥିବା ବୁଲେଟ କୁ ପୋଡି ଦେଲେ ଦୁର୍ବୃତ୍ତ
The bullet in front of the house was set on fire
ଭଞ୍ଜନଗର - ଘର ଆଗରେ ଥିବା ବୁଲେଟକୁ ପୋଡି ଦେଇଛନ୍ତି ଦୁର୍ବୃତ୍। ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଗ୍ରାମରେ ଏ ଘଟଣା ଘଟିଛି । ଖବର ନେବାରେ ଜଣାପଡିଛି ନେଟେଙ୍ଗା ଗ୍ରାମର ବୁଲୁ ଲେଙ୍କା ସବୁ ଦିନ ପରି ଘର ପିଣ୍ଡାରେ ତାଙ୍କର ବୁଲେଟିକୁ ରଖିଥିଲେ। ହେଲେ ବିଳମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ ବୁଲେଟ ଟିକୁ ପୋଡି ଦେଇଥିବା ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଏଥି ସହିତ ନିକଟରେ ଥିବା ବାପି ଲେଙ୍କାଙ୍କ ବାଇକଟି ମଧ୍ୟ ସାମାନ୍ୟ ପୋଡି ହୋଇଯାଇଛି। ବୁଲୁ ଲେଙ୍କା ଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଆକ୍ରୋଶ ରଖି କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ଗାଙ୍ଗପୁର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ଠାରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୬/୨୦୨୨----୮,୪୦ Sakhigopal News,11/6/2022



