ବ୍ରିଜ ତଳକୁ ଖସିପଡ଼ିଲା ଟ୍ୟାଙ୍କର,ଭୟଙ୍କର ବିସ୍ପୋରଣ, ଚାରି ମୃତ୍ୟୁ, ଜଣେ ଗୁରୁତର
Tanker collapses, bridge explodes, four dead, one seriously injured
ନୟାଗଡ,:- ନୟାଗଡ଼ ବଡ଼ପଣ୍ଡୁସରରେ ପୋଲତଳକୁ ଖସିପଡ଼ିଲା ଡିଜେଲ ଟ୍ୟାଙ୍କର ।ଭୟଙ୍କର ବିସ୍ପୋରଣ ହେବା ସହ 4ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରୀତ କରାଯାଇଛି । ଗତ କାଲି ରାତି ପ୍ରାୟ 1. 45 ସମୟରେ ପାରାଦ୍ୱୀପରୁ ଡିଜେଲ ନେଇ ଆସୁଥିବା ଏକ ଟ୍ୟାଙ୍କର ନୟାଗଡ଼ ଇଟାମାଟି ଥାନା ବଡ଼ପଣ୍ଡୁସର ବ୍ରିଜ ତଳକୁ ଖସିପଡ଼ିଥିଲା । ତେବେ ଟ୍ୟାଙ୍କର ଖସି ପଡିବା ପରେ ଭୟଙ୍କର ବିସ୍ପୋରଣ ହୋଇଥିଲା । ତେବେ ଏହି ବିସ୍ପରଣ ଦେଖି ୩ଜଣ ସ୍ଥାନୀୟ ଯୁବକ ଘଟଣାସ୍ଥଳକୁ ଯାଇଥିଲେ । ଉଦ୍ଧାର କରିବାକୁ ଯାଇଥିବା ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଚାରି ମୃତକଙ୍କ ନାମ ହେଲା ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଏବଂ ଚନ୍ଦନ ଖଟୁଆ ବୋଲି ଜଣାପଡିଛି। ସମସ୍ତ ମୃତକ ସ୍ଥାନୀୟ ଅଂଚଳର ହୋଇଥିବା ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ଦମକଳବାହିନୀ, ଆମ୍ବୁଲାନ୍ସ ଓ ଇଟାମାଟି ପୋଲିସ ପହଞ୍ଚି ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୬/୨୦୨୨---୮,୫୦ Sakhigopal News,11/6(2022



