ଯୁବକ ଙ୍କ ସନ୍ଧେହ ଜନକ ମୃତ୍ୟୁ
Suspicious death of young man
ଭଞ୍ଜନଗର - ଭଂଜନଗର ଥାନା ଅନ୍ତର୍ଗତ ଲଣ୍ଢେଇସାହି ନିକଟରେ ଥିବା ଏକ ହଷ୍ଟେଲ ପାର୍ଶ୍ଵରେ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଧାର କରିଥିଲେ । ଯୁବକଙ୍କର ଅବସ୍ଥା ଗୁରୁତର ଭାବେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକର ମୃତ୍ୟୁ ହୋଇଥିଲା । ମୃତକ ଜଣକ ଭଞ୍ଜନଗର ସହରର ଖାଲାସି ସାହିରେ ଥିବା ପାତ୍ର କେଲିନୀର ବାସିନ୍ଦା ସିମାଞ୍ଚଳ ମହାରଣା । ଖବର ନେବାରେ ଜଣାପଡିଛି ମୃତ ସିମାଞ୍ଚଳ ସନ୍ଧ୍ୟା ସମୟରେ ଘରୁ ବାହାରି ଯାଇଥିବା ବେଳେ ବିଳମ୍ବିତ ରାତ୍ର ପଯ୍ୟନ୍ତ ଘରକୁ ଫେରି ନଥିଲେ । ଭୋର ସମୟରେ ଲଣ୍ଢେଇସାହି ନିକଟ ହଷ୍ଟେଲ ପାର୍ଶ୍ଵ ରାସ୍ତା ଉପରେ କ୍ଷତବିକ୍ଷତ ଅବସ୍ଥାରେ ପଡିରହିଥିଲେ । ତାଙ୍କ ନିକଟରେ ମଧ୍ୟ ସ୍କୁଟି ଟି ପଡିଥିବାର ଦେଖିବାକୁ ମିଳିଥିଲା । ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ସିମାଞ୍ଚଳର ମୃତ୍ୟୁ ଖବର ପାଇ ଭଞ୍ଜନଗର ପୋଲିସ ଡାକ୍ତରଖାନାରେ ପହଞ୍ଚି , ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ ପଠାଯାଇଛି ।ବ୍ୟବଛେଦ ରିପୋର୍ଟ ଆସିବା ପରେ , ଘଟଣାର ସଠିକ ତଥ୍ୟ ଜଣାପଡିବ ବୋଲି ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାଶ କହିଛନ୍ତି । ଏ ନେଇ ଏକ ଅପମୃତ୍ୟୁ ମାମଲା ଭଂଜନଗର ଥାନା ରେ ରୁଜୁ ହୋଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୬/୨୦୨୨-----୯,୨୦ Sakhigopal News,11/6/2022


