ads

Breaking News

ବେଆଇନ ଗିରଫ ଓ ପୋଲିସ ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ; ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥମାମଲା

Accused of illegal arrest and death of police officer; Public interest litigation by the Development Council of India.
ନୟାଗଡ--ଆଜି ଭାରତୀୟ ବିକାଶ ପରିଷଦ ତରଫରୁ ଏକ ଜନସ୍ୱାର୍ଥ ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ୠଜୁହେଇଛି ।  ଉକ୍ତ ମାମଲାରେ ଦର୍ଶାଯାଇଛି ଯେ ଗତ ତା 27.05.22 ରେ ବ୍ରହ୍ମପୁର ଟାଉନ ଥାନା ପୋଲିସ ଯାଗିଲିସାହିର  ମୁନା ବେହେରାଙ୍କୁ  ଦେଶୀ ମଦ ବିକ୍ରି କରୁଥିବା ଯୋଗୁଁ ଗିରଫ କରି ଥାନାକୁ ଧରି ନେଇଥିଲେ । ପୋଲିସ କେସ ନମ୍ବର 133/2022 ରେ କୋର୍ଟ ପଠାଇଥିଲେ ।ଆ
    ପ୍ରକାଶ ଥାଉକି  ଉପରୋକ୍ତ ଏଫ ଆଇ ର ରେ ଦର୍ଶାଯାଇଛି ଯେ ତ୍ରିନାଥ ସାହୁ ନାମକ Asi  ଓ ତିନିଜଣ ପୋଲିସ କର୍ମଚାରୀ  ଙ୍କ ସହିତ ଗେଟ ବଜ଼ାର  ପୋଲିସ ପ୍ରାଟୋଲିଙ୍ଗ କରୁଥିଲେ । ସେହି ସମୟରେ  ଖବରପାଇ ମୁନା ବେହେରା ଗେଟ ବଜାର ଯାଗିଲି ସାହିରେ ଦେଶୀ ମଦ  ବିକ୍ରୟ ହେଉଛି । ପ୍ରାୟ ଘ 8.45 ମିନିଟରେ ଆଇ ଆଇ ସି ଙ୍କୁ ଜଣାଇ ମଦ ବିକ୍ରି କରୁଥିବା ମୁନା ବେହେରା ଘର ଖାନାତଳସ କରି 25 ଲିଟର ମଦ ପାଇଥିଲେ । ଦୁଇଜଣଙ୍କ ସାକ୍ଷୀରଖି ମଦ ସିଜ଼ କରିଲେ । ଏବଂ କେସ ନମ୍ବର 133 ତା 27.5.22 ରିଖ 11.53 ମିନିଟ ରେ ଭାରତୀୟ  ଅବକାରୀ ଆଇନ 2008 ଧାରା ଧାରା 52 (a) ରେ ଗିରଫ କରି କୋର୍ଟ ପଠାଇଲେ ।
  କିନ୍ତୁ ମୃତ ମୁନା ବେହେରା ସ୍ତ୍ରୀ ଓ ଦେଢ଼ ଶାଶୁ ଙ୍କ କହିବା ପ୍ରକାରେ ପ୍ରାୟ ରାତ୍ର ଘ 4 ସମୟରେ ପୋଲିସ ଆସି ମୁନାକୁ ଓ କିଛି ମଦକୁ ନେଇ ଥାନାକୁ ଗଲେ ସେଠାରୁ ତାକୁ ଗିରଫ କରିକୋର୍ଟ ପଠାଇଲେ ଏବଂ ତା 29.5.22 ରେ । ମୁନବେହେରା ର ଦେହ ଖରାପ ବୋଲି  ଥାନା ବାବୁ ଜଣାଇବାରୁ ବଡ ମେଡିକାଲ କୁ ଗଲୁ ଦେଖିବା ପାଇଁ । ସେଠାରେ ମୁନାର ମୃତ ହୋଇଯାଇଛି । ତାର ଅଣ୍ଡ କୋଷ ଫୁଲିଯାଇଛି ।ଶରୀର ବିଭିର୍ନ ଅଙ୍ଗରେ ମାଡଥିବା ଚି଼ହ୍ନ ଅଛି ତେଣୁ ପୋଲିସ ମୁନା ବେହେରାକୁ ମାରି ମାରି କୋର୍ଟ ପଠାଇଥିଲେ । ଗୋଟିଏ ଦିନ ରହଣି ପରେ ସେ ମରିଗଲା  ଏହା ଏକ ହତ୍ୟା ଅଟେ  ବୋଲି ମୁନା ବେହେରାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
   
ମାନ୍ୟବର ସୁପ୍ରିମ କୋର୍ଟ 2014 ମସିହାରେ ଅନେଶ କୁମାର ଭର୍ସ ବିହାର ସରକାର କରିମିନାଲ ପିଟିସନ ନମ୍ବର 8 SCC 273 / 2014 ରେ ସମ୍ପୂର୍ଣ ଭାବେ  ନିର୍ଦେଶ ପ୍ରଦାନ କରିଛନ୍ତି ଯେ ସାତ ବର୍ଷ (7 ) କିମ୍ଭା ସାତ ବର୍ଷ ରୁ କମ  ଦଣ୍ଡ ବିଧାନ ଥିବା ସମସ୍ତ କେସ ଭାରତୀୟ ଦଣ୍ଡ ଵିଧି ଆଇନ ଧାରା 41 ପ୍ରରେ ପୋଲିସ ଗିରଫ କରି ଥାନାରୁ ଛାଡିଦେଇ ପାରିବେ ।  କିନ୍ତୁ ପୋଲିସ ବେନିୟମ ଭାବେ ମୁନାକୁ ମଦ ମାଫିଆଙ୍କ ଦ୍ୱାରା ପ୍ରଭାବିତ ହେଇ ମାଡ଼ ମାରି ଗିରଫ କରି କୋର୍ଟ ପଠାଇଲେ ସେହି ଯଜମେଣ୍ଟ ରେ ଦର୍ଶାଯାଇଛି ଯେଉଁ ପୋଲିସ କର୍ମଚାରୀ ଅବମାନନା କରୁ ଛନ୍ତି  ଜିଲ୍ଲା ପୋଲିସ ଅଧିକାରୀ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ଏକ  ହତ୍ୟା ମକଦମା ରୁଜୁ କରିବା ଓ ମୃତ ମୁନା ବେହେରା ପରିବାରଙ୍କୁ ଟ 50,00000/ ରାଶି ସାନ୍ତ୍ୱନା ପ୍ରଦାନ କରିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି  । ମୁନା ବେହେରା ମୃତ୍ୟୁ ପାଇଁ ପୋଲିସ ଦାୟୀ ତେଣୁ ଉକ୍ତ କେସ ଯାଞ୍ଚ ପାଇଁ ସି ବି ଆଇ (CBI ) ଙ୍କୁ ହସ୍ତାରିତ କରିବା ପାଇଁ ମଧ୍ୟ ପ୍ରାଥନା କରାଯାଇଛି I
ଉକ୍ତ ମାମଲାରେ ଗୃହ ସଚିବ କେନ୍ଦ୍ର ସରକାର, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଗୃହ ବିଭାଗ, ମହାନିର୍ଦେଶକ ପୋଲିସ,ଓଡିଶା ସରକାର, ସୁପେରିଣ୍ଟେଣ୍ଟ ପୋଲିସ ବ୍ରହ୍ମପୁର ଓ ଆଇ ଆଇ ସି ଟାଉନ ଥାନା ବ୍ରହ୍ମପୁର ଙ୍କୁ ପକ୍ଷ ଭୁକ୍ତ କରି ମାମଲା ରୁଜୁ କରାଯାଇଛି ।
ଉକ୍ତ ମାମଲାକୁ ଗୋପାଳ ପ୍ରସାଦ ଜେନା ଆଡ଼ଭୋକେଟ ପରିଚାଳନା କରୁଛନ୍ତି ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,  ୯/୬/୨୦୨୨----୧୧,୦୫   Sakhigopal News,9/6/2022

ads

Blog Archive