ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ମଟର ସାଇକେଲ ଚାଳକ ଗୁରୁତର
Motorcyclists are serious about rescuing cyclists.
ବରଗଡ଼----- ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଞ୍ଚାୟତ ର ବୁରଦା ହାଇସ୍କୁଲ ପଡା ନିକଟରେ ଏକ ବୃଦ୍ଧ ଦମ୍ପତି ସାଇକେଲ ଯୋଗେ ଯାଉଥିଲେ । କୈ।ଣସି କାରଣରୁ ରାସ୍ତା ଉପରେ ଏପଟ ସେପଟ ହୋଇ ଯାାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ମଟର ସାଇକେଲରେ ଯାଉଥିବା ଯୁୁବକ ନିଜେ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଭେଡେନ କୁ ଏକ ସମାଜିକ କାର୍ଯ୍ୟ ରେ ଯୋଗ ଦେବାକୁ ବାଇକ ଯାଉଥିଲେ ସମ୍ବଲପୁର ଅଇଁଠାପାଲି ର ଯୋଗେଶ୍ବର ସୁନା ହଠାତ୍ ବ୍ରେକ ଦେବାରୁ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ ପଡିଥିଲେ। ସେ ସମୟରେ ଭେଡେନ ରୁ ଥୁଆପାଲି ପଟକୁ ଆସୁଥିଲେ ବରଗଡ ଲୋକସଭା ସାଂସଦ ଭେଡେନ ପ୍ରତିନିଧି ବିପିନ ଭୁସାଗର ଓ ସକାଳ ଖବର କାଗଜ ର ହକର ରାମ ଛତ୍ରିଆ ରାସ୍ତା ଉପରେ ଆହାତ ରେ ପଡିଥିବା ଦେଖି ୧୦୮ ଆମ୍ବୁଲାନ୍ସ କୁ ଫୋନକରି ଆହାତ ବ୍ୟକ୍ତିଙ୍କୁ ଭେଡେନ ଡାକ୍ତରଖାନା କୁ ପଠାଇ ଦେଇଥିଲେ। ଏହି ସମୟରେ ହାଇସ୍କୁଲ ପଡାର ଲକ୍ଷ୍ମୀନାରାୟଣ ସୁନା, ପଦ୍ମଲୋଚନ ସୁନା , ସୁବଲ ସୁନା ପଡାବାସୀ ମିଶି ସହଯୋଗ କରିଥିଲେ। ଭେଡେନ ରେ ପ୍ରାଥମିକ ଚିକିତ୍ସା କରି ବୁର୍ଲା ମେଡିକାଲ କଲେଜ ଡାକ୍ତରଖାନା କୁ ପଠାଇ ଦିଆଯାଇଛି । ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୬/୨୦୨୨----୬,୧୦ Sakhigopal News,10/6/2022