ads

Breaking News

ବିଡେକାକୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କଲେ ଭଞ୍ଜନଗର ଉପଜିଲ୍ଲାପାଳ

Bideka was felicitated by the Bhanjanagar sub-district magistrate.


ଭଞ୍ଜନଗର---- କଳିଙ୍ଗ ଘାଟିରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ଜଣ ମୃତ୍ୟବ୍ୟକ୍ତିଙ୍କୁ ବିଡେକା,ଭଞ୍ଜନଗର ଦ୍ୱାରା ଭଞ୍ଜନଗରରୁ ସୁଲତାନପୁର, ପଶ୍ଚିମବଙ୍ଗକୁ ସ୍ୱତନ୍ତ୍ର ବ୍ୟବସ୍ଥା କରି ସ୍ଥାନାନ୍ତର କରାଯାଇଥିଲା । ଏହି ଉତ୍କୃଷ୍ଟ ସାମାଜିକ ସେବା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ  ରାଜେନ୍ଦ୍ର ମିଞ୍ଜ ବିଡେକା,ଭଞ୍ଜନଗରକୁ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଡେକାର ସମସ୍ତ ସଦସ୍ୟ ଏବଂ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ, ଭଞ୍ଜନଗର ବି.ଡ଼ି.ଓ. ଅନିଲ କୁମାର ସେଠୀ ସହ ଉପଖଣ୍ଡ ପ୍ରଶାସନର କର୍ମଚାରୀମାନଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୬/୨୦୨୨----୯,୪୫ Sakhigopal News,9/6/2022

ads

Blog Archive