ସ୍କୁଲ ପାଲଟିଛି ବେପାରୀ ଙ୍କ ଗୋଦାମ ଘର, ଏନ୍ଏସି ସାଜିଛି ନୀରବଦ୍ରଷ୍ଟା
The school has become a merchant's warehouse, and the NAC has become silent
ଓଡ଼ଗାଁ:- ଓଡ଼ଗାଁ ବ୍ଳକ୍ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଗେଟ୍ କୁ ଲାଗି ଉଭୟ ପାର୍ଶ୍ୱରେ ପାହାଡ ଆକାରରେ ଗଦା ହୋଇ ରହିଛି ପରିବା ବୁହା ଟ୍ରେ। ଯାହାକି ବିଦ୍ୟାଳୟ ର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ନେଇ କିଛି ବୁଦ୍ଧିଜୀବୀ ମାନେ ଚିନ୍ତାପ୍ରକଟ କରିବା ସହ ଏହା ବିରୁଦ୍ଧରେ ସ୍ବର ଉଠାଇଛନ୍ତି ।
ବିଦ୍ୟାଳୟ ଗେଟ୍ କୁ ଲାଗି ଟ୍ରେ ଥୋଇବା ଘଟଣା କୁ ନେଇ ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ମଧ୍ଯ ବେପାରୀ ଙ୍କ ନିଦ ଭାଙ୍ଗୁନି କି ପ୍ରଶାସନ ର ମଧ୍ୟ ନିଜ ଭାଙ୍ଗୁନି । ଏହା ସହ ସବୁଠାରୁ ବଡ ଆରୋପ ଯାଉଛି ଓଡ଼ଗାଁ ଏନ୍ଏସି ଉପରକୁ। ଏନ୍ଏସି କର୍ତ୍ତୁପକ୍ଷ ଜାଣିଶୁଣି ଏସବୁ ପ୍ରତି ଧ୍ଯାନ ଦେଉନଥିବା ସନ୍ଦେହ କରାଯାଉଛି।
ତେବେ ବିଦ୍ୟାଳୟ ଆଗରେ ବେଆଇନ ଗାଡି ପାର୍କିଂ କୁ ନେଇ ମଧ୍ଯ ଚିନ୍ତାପ୍ରକଟ କରାଯାଉଛି। ବେଆଇନ ଗାଡି ପାର୍କିଂ ଫଳରେ ଗହଳି ହୋଇଯିବା ଫଳରେ ବିଦ୍ୟାଳୟ ରୁ ଫେରୁଥିବା ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଦୁର୍ଘଟଣା କୁ ଏଡାଇ ଦିଆଯାଇ ନପାରେ।
ତେବେ ସ୍କୁଲ ଗେଟ୍ କୁ ଲାଗି ଥୁଆ ଯାଇଥିବା ପାହାଡ ଆକାରର ପରିବା ବୁହା ଟ୍ରେ କେବେ ହଟୁଛି ଏବଂ ଏନ୍ଏସି କର୍ତୁପକ୍ଷ ଏ ଦିଗରେ କେବେ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ଓଡ଼ଗାଁରୁ :- ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ
ତା:- ୭/୬/୨୨ ---- ୯,୨୦ Sakhigopal News,7/6/2022




