ads

Breaking News

ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଭାବେ ଦିଲ୍ଲୀପ୍ ମନୋନୀତ

Dillip has been elected President of the Odgaon Block Student Congress

ଓଡ଼ଗାଁ:- ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଭାବେ ଦିଲ୍ଲୀପ୍ କୁମାର ବିଶୋଇ ମନୋନୀତ ହୋଇଛନ୍ତି। ଆଜି ନୟାଗଡ଼ ଜିଲ୍ଲା ର ସମସ୍ତ ୮ ଟି ବ୍ଳକରେ ଛାତ୍ର କଂଗ୍ରେସ ସଭାପତି ମାନଙ୍କୁ ଚୟନ କରାଯାଇଥିବା ବେଳେ ଓଡ଼ଗାଁ ବ୍ଳକ୍ ଛାତ୍ର କଂଗ୍ରେସ ସଭାପତି ଭାବେ ଦିଲ୍ଲୀପ୍ କୁମାର ବିଶୋଇ ଙ୍କୁ ଚୟନ କରାଯାଇଛି। ଏନେଇ  ନୟାଗଡ଼ ଜିଲ୍ଲା  ଛାତ୍ର କଂଗ୍ରେସ ଅଫିସିଆଲ୍ ଆଇଡି ଏବଂ ଟୁଇଟ ମାଧ୍ୟମରେ ଜଣାଯାଇଛି।
                 ଦିଲ୍ଲୀପ୍ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ର +୩ ଛାତ୍ର ଅଟନ୍ତି। ଏହା ସହ ସାକ୍ଷୀଗୋପାଳ ନିଉଜ ନାମରେ ଥିବା ୱେବ୍ ମିଡିଆରେ ସାମ୍ବାଦିକତା କରନ୍ତି। ତେବେ ଛାତ୍ର କଂଗ୍ରେସ ର ସଭାପତି ହେବା ପରେ ଦିଲ୍ଲୀପ୍ ଗଣମାଧ୍ୟମ କୁ ତାଙ୍କ ପ୍ରାଥମିକ ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ଗାଁ ବ୍ଳକ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ହକ୍ ପାଇଁ ଲଢେଇ ହେବ। ଏବଂ ଓଡ଼ଗାଁ ବ୍ଳକ ର ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରି ଦୁର୍ନିତୀ ଓ ଅନ୍ୟାୟ ବିରୋଧରେ ଲଢେଇ ଜୋରଦାର ହେବ।
                    ଏହା ସହ ଓଡ଼ଗାଁ ବ୍ଳକ ରେ କଂଗ୍ରେସ ଓ ଛାତ୍ର କଂଗ୍ରେସ ର ମୂଳଦୁଆ ମଜଭୁତ କରିବା ସହ ଆଗାମୀ ଦିନରେ ଓଡ଼ଗାଁ ବ୍ଳକ୍ ରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତି କିଛିବି ଆଞ୍ଚ ଆସିଲେ ଛାତ୍ର କଂଗ୍ରେସ ସେମାନଙ୍କ ସହ ସଦାବେଳେ ରହି ସମସ୍ୟାକୁ ସମାଧାନ କରିବା କୁ ଚେଷ୍ଟା କରାଯିବ ବୋଲି ନବନିର୍ବାଚିତ ଛାତ୍ର କଂଗ୍ରେସ  ସଭାପତି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଓଡ଼ଗାଁରୁ ଦିଲ୍ଲୀପ କୁମାର ବିଶୋଇ,୭/୬/୨୦୨୨---- ୯,୨୦  Sakhigopal News,7/6/2022

ads

Blog Archive