ବିଜେଡି ଓ ବିଜେପି ସାଲିସ୍ ଆଖ୍ୟା ଦେଇ ଭିଡିଓ ଜାରି କଲେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି
The BJD and BJP released the video, calling it a compromise
ନୟାଗଡ଼/ଓଡ଼ଗାଁ:- ଦୁଇଦିନ ତଳେ ନୟାଗଡ଼ ବିଧାୟକ ଅରୁଣ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଲା ପରେ ନୟାଗଡ଼ ରେ ଅନେକ ଗୁଜବ ପ୍ରଚାର ଚାଲିଛି। ବିଧାୟକ ଅରୁଣ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜିଲ୍ଲାରେ ବିରୋଧୀ ଦଳ ସକ୍ରିୟ ହୋଇ ଉଠିଛନ୍ତି। ସୋସିଆଲ ମିଡିଆ ରେ ଘନଘନ ଭିଡିଓ ଓ ପୋଷ୍ଟ ଜାରିକରି ନୟାଗଡ଼ ବିଧାୟକ ଓ ବିଧାୟକଙ୍କ ନେତା ଓ ଖାସ୍ ଲୋକ ମାନଙ୍କୁ ଆକ୍ଷେପ କରି ସିଧାସଳଖ ନିଶାନା କରୁଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଓ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି। କିନ୍ତୁ ସବୁଠାରୁ ବଡ କଥା ହେଲା ବିରୋଧ କରିବାରେ ବିଜେପି ମଧ୍ଯ ଏକ ବିରୋଧୀ ଦଳ ର ଭୂମିକା ନିଭାଉଥିବା ବେଳେ ଦଳର ସଭାପତି କିମ୍ବା କର୍ମୀଙ୍କ କିନ୍ତୁ ମୁହଁ ଦେଖାଯାଉନି।
ଏନେଇ ଆଜି ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାସ ଆଉ ଏକ ଭିଡିଓ ସୋସିଆଲ ମିଡିଆ ରେ ଛାଡି ନୟାଗଡ଼ ବିଧାୟକ ଙ୍କ କର୍ମୀ ମାନଙ୍କୁ ଓ ବିଜେପି ନେତା ମାନଙ୍କୁ ଆକ୍ଷେପ କରିଛନ୍ତି। ଏବଂ ଭିଡିଓ ଜରିଆରେ କହିଛନ୍ତି ଯେ, ନୟାଗଡ଼ ବିଧାୟକ ଅରୁଣ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମଧ୍ଯ ନୟାଗଡ଼ ଜିଲ୍ଲା ର ବିଜେପି ସଭାପତି ଓ ବିଜେପି କର୍ମୀ କେହି ନୟାଗଡ଼ ବିଧାୟକ ଙ୍କ ନାଁ ରେ ମୁଁହ ଖୋଲୁ ନାହାନ୍ତି। ତେଣୁ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କହି ସେ ଭିଡିଓ ରେ କହିଛନ୍ତି।
ଏହାସହ ଇସ୍ତଫା ପରେ ବିଜୁ ଜନତା ଦଳ ର କୌଣସି ପ୍ରତିକ୍ରିୟା କାହିଁକି ମିଳିନି ବୋଲି ସେ ଆକ୍ଷେପ କରିଛନ୍ତି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:-୭/୬/୨୨ ---- ୯,୧୦ Sakhigopal News,7/6/2022



