ବାପ ଘରେ ଝିଅର ତଣ୍ଟି ଚିପି ମାରିଦେବାକୁ ଜ୍ୱାଇଁର ଉଦ୍ଦ୍ୟମ
The father-in-law's attempt to stab the daughter to death at the father's house.
ସାକ୍ଷୀଗୋପାଳ----ସତ୍ୟବାଦୀରେ ଜଣେ ମହିଳାଙ୍କୁ ତାଙ୍କ ବାପ ଘରେ ତଣ୍ଟି ଚିପି ହତ୍ୟା କରିବା ପାଇଁ ସ୍ୱାମୀର ଉଦ୍ଦ୍ୟମ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଟିକିନା ନାୟକ ସ୍ୱାମୀ ଦୈତାରୀ ଓରଫ ଦୟା ନାୟକ ଛମାଣ ସାହିରେ ରହନ୍ତି । ତାଙ୍କର ବଡଝିଅ ସୂର୍ଣ୍ଣଲତା ନାୟକ ଚନ୍ଦନପୁର ଥାନା ଅନ୍ତର୍ଗତ ବାସୁଦେଇପୁରର ହାଟଦେବନ୍ଦା ଗ୍ରାମର ଶରତ ନାୟକଙ୍କୁ ବୈଦିକ ନୀତି ଅନୁଯାୟୀ ବିବାହ କରିଥିଲେ । ୭ ତାରିଖ ରାତିରେ ଦୈତାରୀଙ୍କ ଘରକୁ ଝିଅ, ଜ୍ୱାଇଁ ଆସି ପହଞ୍ଚିବା ପରେ ରାତିରେ ଖାଇପିଇ ଶୋଇଥିଲେ । ଭୋର ସମୟରେ ଝିଅ ଉଲଗ୍ନ ହୋଇ ଗଁଗଁ ଶଦ୍ଧ କରୁଥବା ବେଳେ ଜ୍ୱାଇଁ ମୋ ଝିଅକୁ ହତ୍ୟା କରିବା ପାଇଁ ତଣ୍ଟିଚିପି ଦେଇଥିବା ଜଣାପଡିଥିଲା ।ତୁରନ୍ତ ଝିଅକୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଝିଅରଅବସ୍ଥା ଗୁରୁତର ହେବାରୁ ପୁରୀ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୭୫ା୨୨ରେ ଏକ ମାମଲା ରୁଜ କରି ଅଭିଯୁକ୍ତ ଶରତକୁ ଥାନାରେ ଅଟକ ରଖାଯାଇଛି ବୋଲି ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୬/୨୦୨୨ Sakhigopal News, 10/6/2022


