ପଞ୍ଚାୟତ ମହିଳା ସଂଘକୁ ବଦନାମ କରିବା ପାଇଁ ଚେଷ୍ଟା
Attempts to discredit the Panchayat Women's Union
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ମିଶନ ଶକ୍ତି ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ ମହିଳା ମହାସଂଘ ଗଠନ କରାଯାଇଛି । ଏହି ଅବସରରେ ଏହି ମହିଳା ସଂଘ ସୁପରିଚାଳନା ପାଇଁ ଜଣେ ଜଣେ ଯୋଗ୍ୟତା ସମ୍ପନ୍ନ ମହିଳା ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏପରିକି ସେମାନଙ୍କୁ କମ୍ପ୍ୟୁଟର ଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ସଂଘ ପାଇଁ କମ୍ପ୍ୟୁଟର ପାଇଁ ଅର୍ଥ ପ୍ରଦାନ କରାଯାଇଛି । ଏହି ଅର୍ଥ ଖର୍ଚ୍ଚ କରିବା ପାଇଁ ମହିଳା ସଂଘ ପକ୍ଷରୁ ସମସ୍ତ କାଗଜ ପତ୍ର କରାଯିବା ସହ ଆଲେଚନା କରାଯାଇଥିଲା । ମାତ୍ର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ସଭାନେତ୍ରୀ ନର୍ମଦା ପରିଡା ଓ ସମ୍ପାଦିକା ଅନୁସୟା ବରାଳଙ୍କୁ ବଦନାମ କରିବା ପାଇଁ ମିଥ୍ୟା ପ୍ରଚାର ଓ ଅଭିଯୋଗ କରିଛନ୍ତି ବୋଲି ସଭାନେତ୍ରୀ ଓ ସମ୍ପାଦିକା କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୬/୨୦୨୨---୬,୫୦ Sakhigopal News, 10/6/2022


