ବନବିଭାଗ ର ଚଢ଼ାଉ , ମୂଲ୍ୟବାନ ଶାଗୁଆନ୍ କାଠ ଜବତ
Forest department raids, confiscated valuable Shaguan wood.
ଭଞ୍ଜନଗର– ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଶାଗୁଆନ କାଠଗଣ୍ଡି ଜବତ କରିଛି । ନିକଟସ୍ଥ ଝାଡଭୂମି ଗାଁ ନିକଟ ଏକ କାଜୁ ଜଙ୍ଗଲ ପାଖରେ ଶାଗୁଆନ ଗଛ କଟାହୋଇ ରଖାଯାଇଥିଲା ଏହି କାଠଗଣ୍ଡି ଗୁଡିକ। ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବନବିଭାଗ ଟିମ୍ ପକ୍ଷରୁ ଚଢ଼ାଉ କରି ୭ଟି ଶାଗୁଆନ ଗଣ୍ଡି ଜବତ କରିଛି । ମାତ୍ର ଚୋରା କାଠ ମାଫିଆ ମାନେ ଖବର ପାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସମସ୍ତ କାଠ କୁ ଜବତ କରାଯାଇଛି । ଜବତ କାଠ ର ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କା ରୁ ଅଧିକ ମୂଲ୍ୟ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଜଗନ୍ନାଥପ୍ରସାଦ ବନାଞ୍ଚଳ ରେ ଏକ ମାମଲା ରୁଜୁ କରି ଫେରାର କାଠ ମାଫିଆ ମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ୍ ଙ୍କ ତତ୍ବାବଧାନରେ ବନପାଳ କଳାବଦନ ଦାସ , ଈଶା ଗଣେଶ , ବନ ରକ୍ଷୀ - ବିନୋଦ ଚନ୍ଦ୍ର ପାତ୍ର , ବିଦ୍ୟୁତ ଲତା ତ୍ରିପାଠୀ ଓ ସ୍କ୍ୱାର୍ଡ କର୍ମଚାରୀ ପ୍ରମୁଖ ଅଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୬/୨୦୨୨-----୮,୪୦ Sakhigopal News,12/6/2022



