ads

Breaking News

ବିନା ଫଳକରେ ମନରେଗା କାମ ଚାଲିଛି; ଜବକାର୍ଡଧାରୀ ଙ୍କ ବଦଳରେ ଜେସିବି କରୁଛି କାମ

MNREGA work is going on without a plaque; JCB is working on behalf of job card holders.

ଖୋର୍ଦ୍ଧା - କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା କରୁଛନ୍ତି । ମାତ୍ର ସେଥି ମଧ୍ୟରୁ ଅନେକ ଯୋଜନା କେବଳ କାଗଜ କଲମରେ ସୀମିତ ରହିଛି । ସେଥିମଧ୍ୟରୁ ମନରେଗା ଯୋଜନା ଅନ୍ୟତମ । ଏହି ଯୋଜନାରେ ଜବକାର୍ଡଧାରୀ ମାନଙ୍କୁ ସରକାର ଙ୍କ ନିୟମ ଅନୁସାରେ ମଜୁରୀ ଦେଇ କାମ କରିବା ପାଇଁ ନିୟମ ରହିଛି । ଏବେ ବିନା ଫଳକ ଓ ମେସିନ ରେ ଚାଲିଛି ମନରେଗା କାର୍ଯ୍ୟ। ଏହି ଭଳି କାର୍ଯ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଅନ୍ତର୍ଗତ  ଖଣ୍ଡପଡ଼ା ବ୍ଲକର କିଆଝର ପଂଚାୟତର ଗିରିଡିପଲି ଗ୍ରାମରେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ବେଳେ ସରକାରୀ ବାବୁ ଙ୍କ ବେଖାତିର୍ , ଅବହେଳା ଓ ଲାଞ୍ଚୁଆ ମନ ଭାବ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ମନରେଗା କାର୍ଯ୍ୟରେ ଜେଇ ଗାଁ ସାଥିଙ୍କ ଅବହେଳା ଯୋଗୁଁ ଜବକାର୍ଡଧାରୀ ବଦଳରେ  କାମକରୁଛନ୍ତି ଠିକାଦାର୍ । ତାହା ବି ପୁଣି ଜେସିବି ମେସିନ ଦ୍ବାରା। କିନ୍ତୁ ମଷ୍ଟ୍ରରୋଲ କରାଯାଉଛି ଜବ କାର୍ଡ ଧାରୀଙ୍କ ନାମରେ। ଜବକାର୍ଡ ଧାରୀଙ୍କୁ ଠିକାଦାର କିଛି ଟଙ୍କାଦେଇ ଅବଶିଷ୍ଟ ଟଙ୍କାକୁ ନେଇ ଥାଆନ୍ତି ଠିକାଦାର।ଏହିଭଳି ଘଟଣା ମାନ ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବାରମ୍ବାର କରାଯାଉଛି ।  ଏଦିଗରେ ବିଭାଗୀୟ ଅଧିକାରୀ ସବୁ ଦେଖି ନ ଦେଖିଲା ପରି ନିରବ ରହୁଛନ୍ତି।ଶ୍ରମିକ ମାନେ କାମ ନ ପାଇ ଦାଦନ ଶ୍ରମିକହୋଇ ବାହାର ରାଜ୍ୟକୁ କାମ ନିମନ୍ତେ ଯାଉ ଥିବା ବେଳେ ଖଣ୍ଡପଡ଼ା ଅଞ୍ଚଳରେ ଜବ କାର୍ଡ ଧାରୀଙ୍କ ପାଇଁ ଏହା ଉପହାସ ପାଲଟିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଦିନ ଦିପହ ରେ ଖୁଲମ ଖୁଲା ଭାବେ ମେସିନ ଦ୍ୱାରା କାମ ହେଉଥିବା ବେଳେ ମେସିନକୁ ଜବତ କରାନ ଯିବା ଯୋଗୁ ଜବକାର୍ଡ ଧାରୀ ମାନେ କାମ ଧନ୍ଦା ନ ପାଇ ଘରେ ଭୋକ ଉପାସରେ ଦିନ କାଟୁଛନ୍ତି। କିଛି ଜବକାର୍ଡଧାରୀ ମାନେ ଏବେ ଦାଦନ ଖଟିବାକୁ ସଜବାଜ ହେଉଥିବା ଜଣାପଡିଛି ।କାମ ହେଉଥିବା ଘଟଣା ସମ୍ପର୍କରେ ପଚାରିଲେ ଏହା ଉପରେ ଉପରୋକ୍ତ ବିଭାଗ ଅଧିକାରୀ ଭିନ୍ନ ଭିନ୍ନ ମତ ପ୍ରକାଶ କରି କାର୍ଯ୍ୟକୁ ଘନ୍ଟ ଘୋଡାଉଛନ୍ତି। ଏଣୁ ଏଦିଗରେ ପଦେକ୍ଷପ ନେବା ପାଇଁ ଜିଲ୍ଲାପାଳ ନଜର ଦେବା ସହ ଏହି କାର୍ଯ୍ୟାଦେଶ ନାକଚ କରିବା ସହ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ନଚେତ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ହେବାପାଇଁ ଯୋଜନା ଚାଲିଛି । ଖୋର୍ଦ୍ଧା ରୁ ଧୀରେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୧୨/୬/୨୦୨୨---୯,୨୦  Sakhigopal News,12/6/2022

ads

Blog Archive

Popular Posts