ବିଶ୍ବ ପରିବେଶ ଦିବସ ପାଳିତ
World Environment Day is celebrated
ଭଞ୍ଜନଗର--- ଉତ୍ତର ଘୁମୁସର ବନଖଣ୍ଡ ଢୋଲପିଠା ବନାଞ୍ଚଳ ଅଧୀନ ଗାଲେରୀ ଗ୍ରାମରେ ଥିବା ସରସ୍ବତୀ ଶିଶୁ ବିଦ୍ୟ ମନ୍ଧିର ପରିସରରେ ବିଶ୍ବ ପରିବେଶ ଦିବସ ରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଢୋଲପିଠା ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବନରକ୍ଷୀ ସୁକାନ୍ତି ସାବତ, ଧରିତ୍ରୀ ସାହୁ ସମେତ ବିଦ୍ୟାଳୟର ସମସ୍ତ କମିଟି ସଭ୍ୟ ଉପସ୍ଥିତ ଥିଲେ । ବୃକ୍ଷଟି ଲଗାଇବା ଦ୍ବାରା ଆମେମାନେ କଣ ଉପକାରିତା ପାଉଛେ ତାହାରି ଉପରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ କହିଥିବା ବେଳେ ଗଛଟି କାଟିବା ଦ୍ବାରା କଣ ଆମମାନଙ୍କ କ୍ଷତି ଘଟୁଛି ତାହାରି ଉପରେ ମଧ୍ୟ ବୁଝାଇଥିଲେ ।ବିଶ୍ବ ପରିବେଶ ସୁରକ୍ଷା ଉପରେ ମଧ୍ୟ ମୁଖ୍ୟଅତିଥି ଶ୍ରୀ ନାୟକ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁମାଗୁରୁଜୀପରିଚାଳନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୬/୨୦୨୨----୯,୪୦ Sakhigopal News,6/6/2022



