ads

Breaking News

୧୨ ଲିଟର ବିଦେଶୀ ମଦ ଜବତ; ଜଣେ ଗିରଫ

12 liters of foreign liquor seized; One arrested
ଭଞ୍ଜନଗର---ତାରସିଂ ଥାନା ଅନ୍ତର୍ଗତ କୋକଳବା ଗ୍ରାମ ନିକଟରେ ବେଣୀଆସାହି ରେ ଥିବା ଏକ ପାଷ୍ଟଫୁଡ   ଦୋକାନ ଉପରେ ଚଢାଉ କରି ୧୨ ଲିଟର ବିଭିନ୍ନ ରକମର ବିଦେଶୀ ମଦଜବତ କରିବାରେ ସ୍ଥାନୀୟ ପୋଲିସ ସଫଳତା ହୋଇଛି । ଚୋରା  ବ୍ୟବସାୟୀ ଅକ୍ଷୟ କୁମାର ସାହୁକୁ ଗିରଫ କରିଛି । ତାରସିଂ ଥାନା କେସନଂ ୧୬୭/୨୨ରେ ମାମଲା ରୁଜୁ କରି  କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି ।ଖବର ନେବାରେ ବ୍ୟବସାୟୀ  ଅକ୍ଷୟ ବହୁଦିନ ହେଲା ବିଭିନ୍ନ ରକମର ବିଦେଶୀ ମଦ ଦେକାନରେ ରଖି ବ୍ୟବସାୟୀ କରିଆସୁଥିଲେ ।ଏହି ଖବର କୈଣସି ସୁତ୍ରରୁ ତାରସିଂ ପୁଲିସ  ଖବର ପାଇଁ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ବିୟର ୧୧ଟି ଓ ୧୮୦ ମିଲି ଗ୍ରାମ ୫ଟି ବୋତଲ ଜବତ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି ।ଏହି ଚଢାଉରେ ଏଏସଆାଇ ଶ୍ରୀପାଢୀ ସମେତ କିଛି ପୁଲିସ କର୍ମଚାରୀ ଭାଗ ନେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୬/୨୦୨୨----୯,୪୫    Sakhigopal News,6/6/2022

ads

Blog Archive

Popular Posts