ads

Breaking News

ଚାଷଜମିରୁ ବୃଦ୍ଧଙ୍କ ମୃତଦେହ ଉଧାର , କାରଣ ଅସ୍ପଷ୍ଟ

It is unknown at this time what he will do after leaving the post

ଭଞ୍ଜନଗର – ଚାଷଜମି ରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତ ଦେହ ଉଧାର ହୋଇଛି । ଗଞ୍ଜାମ  ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗାଁ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ମୃତ ବ୍ୟକ୍ତି ଜଣକ  ନିକଟସ୍ଥ ଯୋଗୀମାରି ଗ୍ରାମର ଉଦୟ ନାୟକ । ସୂଚନା ପ୍ରକାରେ ଲେମ୍ଭେଇ ଗ୍ରାମର ସଂପର୍କୀୟ ଙ୍କ ଘରକୁ ଯାଇ ନିଜ ଗ୍ରାମ ଯୋଗୀମାରୀକୁ ଫେରୁଥିଲେ । ସୋମବାର ସକାଳୁ ତାଙ୍କ ମୃତଦେହ  ବିଲରେ ପଡିଥିବାର ସ୍ଥାନୀୟ ଲୋକେ ପ୍ରଥମେ ଦେଖିଥିଲେ ।  ଭଞ୍ଜନଗର ପୋଲିସ କୁ ଖବର ଦେଇଥିଲେ । ଭଞ୍ଜନଗର ପୁଲିସ  ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ   କରିବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।  ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ମୃତକଙ୍କ ଦେହର ଅଧିକାଂଶ ସ୍ଥାନରେ କ୍ଷତଚିହ୍ନ ରହିଛି । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ , ମୃତଦେହ କୁ ଜବତ କରିବା ସହ  ଘଟଣାର ତଦନ୍ତ କରି ବ୍ୟବଛେଦ  ପାଇଁ ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ କହିଛନ୍ତି ।  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୬/୬/୨୦୨୨----୮,୪୫   Sakhigopal News,6/6/2022

ads

Blog Archive

Popular Posts