ads

Breaking News

ରଥଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥଙ୍କର ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସତ୍ୟବାଦୀରେ ବଉଳ ଗଛ ଚିହ୍ନଟ


During the procession, Mr. Jagannath identified the Baul tree in Satyavadi to protect his body


ସାକ୍ଷୀଗୋପାଳ---- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ  ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭ୍ରଦଙ୍କର ବାହୁଟ ସେନାପଟା ଓ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ବଉଳ ଗଛ ଗୁରୁବାର ଦିନ ସାକ୍ଷୀଗୋପାଳ ମନ୍ଦିର ନିକଟ ବାଳିଆଖିଆ ବଗିଚାରୁ ଚିହ୍ନଟ ହୋଇଛି । ସୁଚନାଯୋଗ୍ୟ ଯେ ମହାପ୍ରଭୁ ସ୍ନାନମଣ୍ଡପକୁ  ଓ ରଥକୁ ବିଜେ କରିବାସମରେ ପହଣ୍ଡି ହେବା ସମୟରେ ତାଙ୍କର ଶ୍ରୀଅଙ୍ଗର ସୁରକ୍ଷା ପାଇଁ ବାହୁଟ ସେନାପଟାର ଆବଶ୍ୟକତା ପଡିଥାଏ । ପୁରାଣ ବା ଜଗନ୍ନାଥଙ୍କ ସଂସ୍କୃତି ଅନୁଯାୟୀ ଏହି ସେନାପଟା ସାକ୍ଷୀଗୋପାଳରୁ ଆସିଥାଏ । ଏହି ପ୍ରଥା ଅନୁଯାୟୀ ପୁରୀ ଜଗନ୍ନାଥଙ୍କ ରଥର ବରିଷ୍ଠ ତତ୍ୱବଧାରକ ସୁଦର୍ଶନ ମେକାପ ଭୋଇ ସେବକ ରବି ଭୋଇ ଓ ଧୋବା ଭୋଇ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ସେଠାରୁ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ , ବିଡିଓ କ୍ଷୀରୋଦ କୁମାର ବେହେରା, ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର , ସମାଜସେବୀ ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ସହିତ ସାକ୍ଷୀଗୋପାଳ ମନ୍ଦିରର କିଛି ସେବାୟତ ମାନେ ଗଛ ଚିହ୍ନଟ ସମୟରେ ଉପସ୍ଥିତ ରହିଥିଲେ । ଚିହ୍ନଟ କରିବାକୁ ଆସିଥିବା ରଥ ତତ୍ୱବଧାରକ ଓ ଭୋଇ ସେବକ ମାନେ ଗଛ ଦେଖି ଖୁସି ହୋଇଯାଇଥିଲେ । ପରେ ପରେ ଉକ୍ତ ଗଛକୁ ଉପସ୍ଥିତ ଥିବା ଅଧିକାରୀ ଓ ସେବାୟତ ମାନେ ମୁଣ୍ଡିଆ ମାରି ପ୍ରଣାମ କରିଥିଲେ । ଆସନ୍ତା ଶନିବାର ନିର୍ଜଳା ଏକାଦଶୀ ଦିନ ଏହି ଗଛ କଟାଯିବା ପରେ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ମେଲାଣି ଦିଆଯିବ ବୋଲି ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୬/୨୦୨୨---୬,୫୦  

   Sakhigopal News , 10/6/2022

ads

Blog Archive