ବିଭିନ୍ନ ଦାବିନେଇ ରେଳ ଚାଳକ ସଂଘର ଦେଶ ବ୍ୟାପି ଭିଷୋଭ
Railroad unions across the country have been protesting
ଜଟଣୀ---ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ଼ ମଣ୍ଡଳ କାର୍ଯଳୟ ସମ୍ମୁଖରେ ଶତାଧିକ ରେଳ ଚାଳକ ଓ ସହ ଚାଳକ ଭାରତୀୟ ରେଳବାଇର ଘରୋଇକରଣ କୁ ବନ୍ଦ କରିବା, ଏନ.ପି.ଏସକୁ ଉଛେଦ କରି ପୁରାତନ ପେନସନ ବ୍ୟବସ୍ଥାକୁ ଲାଗୁକରିବା, ନାଲି ସଂକେତ ଅତିକ୍ରମ କଲେ ରେଳ ଚାଳକଙ୍କୁ ବରଖାସ୍ତ ନ କରିବା, ରାତ୍ରିକାଳୀନ ଭତ୍ତାର ସୀମାକୁ ହଟାଇ ପୁନ ପ୍ରଚଳନ କରିବା,ଟ୍ରଲି ବ୍ୟାଗ ବ୍ୟବସ୍ତା ହଟାଇ ରେଳ ଇଞ୍ଜିନ ରେ ମରାମତି ସରଞ୍ଜାମ ରଖିବାର ବ୍ୟବସ୍ତା କରିବା, ଅତି ବିପଦପୁର୍ଣ ଭାବେ ଦୁଇଟି ମାଲବାହୀ ଟ୍ରେନକୁ ଯୋଡ଼ି ଡବଲ ଡାଇମଣ୍ଡ ଭାବେ ଚାଲୁଥିବା ପ୍ରଥାକୁ ବନ୍ଦ କରିବା, ମାଇଲେଜ ଭତାକୁ ନିୟମ ଅନୁଯାୟୀ ପ୍ରଦାନ କରିବା, ରେଳ ଚାଳକଙ୍କ ବିଶ୍ରାମଗୃହ ଅ ରଂନିଂ ରୁମ ଗୁଡିକର ମାନବୃଦ୍ଧି କରିବା, ରେଳଚାଳଙ୍କ କାର୍ଯ୍ୟ କରିବାର ସମୟକୁ ୮ଘଣ୍ଟା ଧାର୍ଯ୍ୟ କରିବା, ମହିଳା ଚାଳକଙ୍କ ପାଇଁ ସ୍ବତନ୍ତ ବ୍ୟବସ୍ତା କରିବା, ସାପ୍ତାହିକ ବିଶ୍ରାମକୁ ୩୦ଘଣ୍ଟା ପରିବର୍ତ୍ତେ ୪୬ଘଣ୍ଟା ସୁନିଶ୍ଚିତ କରିବା,ରେଳବାଇ ସମ୍ପତ୍ତି କୁ ଘରୋଇ ସଂସ୍ଥାକୁ ବିକ୍ରି ଓ ଠିକରେ ଦେବା ବନ୍ଦ କରିବା, ଖାଲିଥିବା ପଦବୀ ଯଥାଶୀଘ୍ର ପୂରଣ କରିବା, ରେଲଗାଡିର ସଂଖ୍ୟାର ବୃଦ୍ଧି ଅନୁସାରେ ପଦବୀ ବୃଦ୍ଧି କରିବା, ମାଇଲେଜ ଭତ୍ତାର ଆୟକର ଛାଡ଼ କରିବା, ରେଳବାଇ ଚିକିତ୍ସା କେନ୍ଦ୍ରଗୁଡିକୁ ବନ୍ଦ ନ କରିବା, ସ୍ୱାସ୍ତ୍ୟ ଗତ ସମସ୍ୟା ହେତୁ ଯେଉଁ ରେଳ ଚାଳକ ମାନଙ୍କୁ ଅନ୍ୟବିଭାଗରେ ଅବସ୍ଥାପିତ କରାଯାଉଛି ସେମାନଙ୍କୁ ସମାନ ଗ୍ରେଡପେ ର ବ୍ୟବସ୍ତା କରିବା, ଇ ପାସ ଦେଖାଇ ଯାତ୍ରୀବାହୀ ରେଳରେ ଯିବାର ବ୍ୟବସ୍ତା କରିବା, କରନାରୁ ରେଳଚାଳକଙ୍କୁ ସୁରକ୍ଷା ପ୍ରଦାନ କରିବା, କନିଷ୍ଠ ମାଲଗାଡି ଚାଳକଙ୍କ ଦ୍ୱାରା ମେମୁ ଟ୍ରେନ୍ ର ସଟଲିଙ୍ଗ ନ କରିବା, ରେଳ ଚାଳକ ସଙ୍ଘର କର୍ମକର୍ତ୍ତାଙ୍କୁ ଆକ୍ରସମୂଳକ ଭାବରେ ଅତ୍ୟାଚାର ବନ୍ଦ କରିବା ଆଦି ବିଭିନ୍ନ ଦାବି ନେଇ ସର୍ବ ଭାରତୀୟ ରେଳ ଚାଳକ ସଙ୍ଘ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଦେଶ ବ୍ୟାପି ଅନୁଷ୍ଠିତ ଏହି ଆନ୍ଦୋଳନ କୁ ସମର୍ଥନ କରି ଖୋର୍ଦ୍ଧା ମଣ୍ଡଳର ପାରାଦୀପ, ଖୋର୍ଦ୍ଧା ରୋଡ଼, ଭଦ୍ରକ, କଟକ,ତାଳଚେର ସମେତ କେନ୍ଦୁଝରଗଡ଼ ରେଳଷ୍ଟେସନ ରେ ମଧ୍ୟ ଭିଷୋଭ ଅନୁଷ୍ଠିତ ହୋଇଯାଇଛି । ଖୁବ ଶୀଘ୍ର ଦାବି ପୂରଣ ନ ହେଲେ ସଙ୍ଘ ତରଫରୁ ଆଗାମୀ ଦିନରେ ଅମରଣ ଅନସନ ଓ ଚକା ବନ୍ଦ କରାଯିବାର ଚେତାବନୀ ଦିଆଯାଇଛି । ଏଥି ପାଇଁ ରେଳ ପ୍ରଶାସନ ଦାୟୀ ରହିବେ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାମନ୍ତରାୟ, ମଣ୍ଡଳ ସଚିବ ଜୟପ୍ରକାଶ ଦଣ୍ଡପାଟ, ମଣ୍ଡଳ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପଟ୍ଟନାୟକ, ଖୋର୍ଦ୍ଧା ଶାଖା ସହସଚିବ ରାକେଶ ମହାନ୍ତି, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଞ୍ଜନ ସାହୁ, ମଣ୍ଡଳ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ଦାସ ପ୍ରମୁଖ ଏହି ବିଷୋଭ ନେତୃତ୍ୱ ନେଇଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୬/୨୦୨୨-----୯,୫୦ Sakhigopal News, 6/6/2022




