ads

Breaking News

ଶିକ୍ଷାବିତ୍ ସ୍ଵର୍ଗତ ବ୍ରଜମୋହନ ପଣ୍ଡା ଙ୍କର ୧୩୩ତମ ଜନ୍ମ ଜୟନ୍ତୀ ପାଳିତ

The 133rd birth anniversary of the late Brajmohan Panda is celebrated
ବରଗଡ଼---- ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟ ଠାରେ ପଶ୍ଚିମ ଓଡିଶାର ଶିକ୍ଷାବିତ୍ ସ୍ଵର୍ଗତ ବ୍ରଜମୋହନ ପଣ୍ଡା ଙ୍କର ୧୩୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ  ଅଧ୍ୟକ୍ଷତା କରିଥିଲେ ।  ମୁଖ୍ୟ ଅତିଥି ଭାବରେ ପରିଚାଳନା କମିଟୀ ର ସଭାପତି ରବିନାରାୟଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଡ ପୁଷ୍ପକ କୁମାର ମେହେର, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଶ୍ଵିନି କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ସ୍ଵର୍ଗତ ବ୍ରଜମୋହନ ଜନ୍ମ ପୀଠରେ ତାଙ୍କର ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି  ଗୁଡିକରେ  ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପଶ୍ଚିମ ଓଡିଶାର ଗ୍ରାମାଞ୍ଚଳରେ ଶିକ୍ଷା ର ବିକାଶ ଅଗ୍ରଣୀ ଭୂମିକା ଗ୍ରହଣ କରି ସଫଳତା ଅର୍ଜନ କରିଥିଲେ। ସେ ଜଣେ ଶିକ୍ଷାବିତ୍, କୃଷିବିତ, ପରିବେଶବିତ୍ ଓ କବି ଭାବରେ ଯଶ ଅର୍ଜନ କରିଥିଲେ । ସେ ଜଣେ ବିରଳ ବ୍ୟକ୍ତିତ୍ବ ଅଧିକାରୀ ହୋଇ ପାରିଥିଲେ। ନିଜେ ନିଜସ୍ବ ଜମି ଦାନ କରି ଶିକ୍ଷା ପ୍ରେମୀ, ଜନସାଧାରଣ ସହଯୋଗ ନେଇ ଏକଜୁଟ କରି ବହୁ ଶିକ୍ଷାନୁଷ୍ଠାନ  ତିଆରି କରି ପାରିଥିଲେ। ପରିତାପ ବିଷୟ ଯେ ଜନପୀଠ ତଥା ଏନ୍ତୁଡିଶାଳ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ତାହା ରକ୍ଷଣାବେକ୍ଷଣ ଅଭାବରୁ ବର୍ତମାନ ସୁଦ୍ଧା କାହାରି ନଜର କୁ ଆସି ପାରିନାହିଁ। ଯଦି ସରକାର, ଜନପ୍ରତିନିଧି, ଜିଲ୍ଲାପାଳ ତଥା ପ୍ରଶାସନିକ ଅଧିକାରୀ ଏହାକୁ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ବକ୍ତା ମାନେ  ମତ ପ୍ରକାଶ କରିଥିଲେ  । ଏଥିରେ କ୍ଷୀର ରଞ୍ଜନ କର୍ଣ୍ଣ, ସରୋଜ କୁମାର ନାୟକ, ମାମି ରାଉତ, ସୁଶୀଲ ମହାକୁର, ଗୋପାଳ ନାୟକ, ବିଦେଶୀ ଛନ୍ଦ, ଲିଙ୍ଗରାଜ ପୋଢ, ଗିରିଧାରୀ ପୁଟେଲ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।  ପରିଶେଷରେ ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟାପକ ଡ ଅଜିତ୍ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୬/୨୦୨୨-----୧୦,୪୦  Sakhigopal News,6/6/2022

ads

Blog Archive

Popular Posts