ଦୁଇ ଦଫା ଦାବି ନେଇ ସତ୍ୟବାଦୀ ଥାନା ଆଇଆଇସିଙ୍କୁ ଦାବିପତ୍ର ଦେଲା ଫଣି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଂଗଠନ
Satyavadi police filed a complaint with the IIC over the two-point demand.
ସାକ୍ଷୀଗୋପାଳ--- ଫଣି ବାତ୍ୟା ଯିବାର ତିନିବର୍ଷ ରୁ ଅଧିକ ଦିନ ହୋଇଗଲାଣି ସରକାରୀ ସାହାର୍ଯ୍ୟ ଦେବା ପାଇଁ ଦୀର୍ଘ ମାସ ଧରି ଆପତି, ଆନ୍ଦୋଳନ, ଅନଶନ କରାଯାଇଥିଲେ ମଧ୍ୟ ପ୍ରଶାସନ ସର୍ବଦା ଟାଳଟୁଳନୀତି କରି ଆସିଛି ବୋଲି ଫଣି କିୟାନୁଷ୍ଠାନ କମିଟି ଓନବ ନିର୍ମାଣ କୃଷକ ସଂଗଠନର ଆବାହକ ଗୋବିନ୍ଦ୍ର ଚନ୍ଦ୍ର ମହାପାତ୍ର କହିଛନ୍ତି । ଏହି ଅବସରରେ ସୋମବାର ଦିନ ସାକ୍ଷୀଗୋପାଳ ମନ୍ଦିର ଠାରୁ ଫଣି କିୟାନୁଷ୍ଠାନ କମିଟି ଓନବ ନିର୍ମାଣ କୃଷକ ସଂଗଠନର ପ୍ରାୟ ୫୦ ରୁ ଅଧିକ ମହିଳା ପୁରୁଷ ମାନେ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରା ବଜାର ଦେଇ ସତ୍ୟବାଦୀ ଥାନା ଠାରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରା ଗୋବିନ୍ଦ୍ର ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଧାୟକ ଓ ସାଂସଦଙ୍କ ବିରୁଧରେ ମତ ପ୍ରକାଶ କରିବା ସହ ସତ୍ୟବାଦୀର ବିରୋଧି ଦଳର ନେତା ମାନଙ୍କ ବିରୁଧରେ ବିଭିନ୍ନ ନାରାବାଜି ଦେଇଥିଲେ । । ଦାବୀ ମଧ୍ୟରେ ସତ୍ୟବାଦୀ ତହସିଲରୁ ଫଣି ସହାୟତା ପାଇଁ ଆସିଥିବା ଅର୍ଥ ମଧ୍ୟରୁ ଟଙ୍କା ବାଣ୍ଟି ନପାରିବାରୁ ୧୬ କୋଟି ଟଙ୍କା ଫେରସ୍ତ ହୋଇଛି । ତୁରନ୍ତ ସେ ଟଙ୍କା ଅଣାଯାଇ ପଲିଥିନି ତଳେ ଥିବା ହିତାଧିକାରୀ ମାନଙ୍କୁ ଟଙ୍କା ପ୍ରଦାନ କରାଯାଉ । ଅନ୍ୟ ଦାବିଟି ହେଲା ସତ୍ୟବାଦୀ ର ପୂର୍ବତନ ତହସିଲଦାର ମନୋଜ ନାୟକ ଓ ତାଙ୍କ ଧର୍ମପତ୍ନୀ କୋଭିଡ ସମୟରେ ମନ୍ଦିରକୁ ପ୍ରବେଶ କରି କୋଭିଡ ଆଇନ ଅମାନ୍ୟ କରି ମନ୍ଦିରକୁ ପ୍ରବେଶ କରିଥିଲେ । ତାଙ୍କୁ ୍ତୁରନ୍ତ ଗିରଫ କରାଯାଉ । ଏକମାସ ମଧ୍ୟରେ ଦାବୀ ଗୁଡିକ ପୂରଣ ନକରାଗଲେ ଆଇନ ଆମାନ୍ୟ ଜେଲଭରୋ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଦାବୀ ପତ୍ର ସତ୍ୟବାଦୀ ଥାନା ଆଇଆଇସି ନଥିବାରୁ ଏଏସଆଇ କୃଷ୍ଣଚନ୍ଦ୍ର ବେହେରା ଆନ୍ଦୋଳନକାରୀଙ୍କ ଠାରୁ ଗ୍ରହଣ କରିଥିଲେ । ଶେଷରେ ଥାନା ସମ୍ମୁଖରେ ବିଧାୟକ ଓସାଂସଦଙ୍କ ଫଟୋଚିତ୍ରରେ ନିଆଁଲଗାଇ ନାରାବାଜି ଦେଇଥିଲେ । ଏହି ଶୋଭାଯାତ୍ରାରେ ଶରତ ପ୍ରଧାନ, ରିନା ମଲ୍ଳିକ, ବିଣା ନାୟକ, ଗଜେନ୍ଦ୍ର ପ୍ରଧାନ, ପ୍ରଭାତୀ ପ୍ରଧାନ, ଶାନ୍ତି ଭୋଇ, ସଂଯୁକ୍ତା ଦେଇ, ମାନସ କୁମାର ଭୋଇ, ସୁଲଚନା ଦେଇ, ଆଶା ଦେଇ, ଭୀକାରି ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଭୋଇ, ଟିକିନା ଭୋଇ, ବାସ ଦେଇ, ସବିତା ସାହୁ, ବିଷ୍ଣୁପିୟା ରଥ, ବାସନ୍ତି ଭୋଇ, ସୋମନାଥ ଭୋଇ, ପିତାମ୍ବରୀ ଦାସ, ତନୁ ଭୋଇ, ଗୋପାଳ ଚନ୍ଦ୍ର ସାହୁ, ବାବୁଲି ପ୍ରଧାନ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୩/୬/୨୦୨୨---୫,୪୫
Sakhigopal News, 13/6/2022




