ଭେଡେନ ବ୍ଲକରେ ଗୋଟିଏ ଦିନ, ଗୋଟିଏ ପୃଷ୍ଠା କାର୍ଯ୍ୟକ୍ରମ
One day, one page program in the Weden block
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶିବଲାଲ ମେହେର, ହେମବତୀ ମେହେର, ନରେନ୍ଦ୍ର ସେଠ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ର ଅବିଭାବକ ,ଅବିଭାବିକା ମାନେ ଅନୁଷ୍ଠିତ ସଭାରେ ଯୋଗଦେଇଥିଲେ ।
ଏଥିରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ ଗୋଟିଏ ଦିନ, ଗୋଟିଏ ପୃଷ୍ଠା ଓଡିଆ ଭାଷା ଓ ଇଂରାଜୀ ବିଷୟରେ ପଢିବା ଓ ଲେଖିବା ପାଇଁ ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବାପା ମାଆ ମାନେ ଦାୟିତ୍ଵ ନେବା ଦରକାର । ଏହି କର୍ମଶାଳାରେ ଭେଡେନ ବ୍ଲକ ର ସମସ୍ତ ସିଆରସିସି, ପ୍ରଧାନଶିକ୍ଷକ,ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ ଗଣ ସହଯୋଗ କରିଥିଲେ । ଏହି କର୍ମଶାଳା ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀ ମାନେ ପାଠ ପଢିବା ନିମନ୍ତେ ଆବଶ୍ୟକ ବୋଲି ଶିକ୍ଷାବିତ୍, ବୁଦ୍ଧିଜିବୀ ମାନେ କହିବା ସହ ଏହି ଯୋଜନାକୁ ପ୍ରଶଂସା କରିଛନ୍ତି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୬/୨୦୨୨---୮,୪୦ Sakhigopal News,13/6/2022





