ads

Breaking News

ଶେଷରେ ଉଦ୍ଧତ ମାଙ୍କଡକୁ କାବୁକଲା ବନବିଭାଗ


The forest monkey was eventually captured by the forest department

କଟକ------ବାଙ୍କୀ ନିକଟସ୍ଥ ରଜିବ ଗ୍ରାମରେ ଏକ ମାଙ୍କଡ଼ ଦିନକୁ ଦିନ ତାଣ୍ଡବଲୀଳା କରିଚାଲିଥିଲା । ସାଧାରଣ ଲୋକମାନେ  ଭୟଭୀତ ଅବସ୍ଥାରେ ରହୁଥିଲେ । ଚାଲିଚାଲି ଯାଉଥିବା ବେଳେ ହଠାତ ପଛରୁ ଆସି ଧକ୍କା ଦେଇ ପଳାଉଥିଲା । ଯାହା ଫଳରେ ଲୋକଟି ଖଣ୍ଡିଆ ଖାବରା ହୋଇ ଚିକିତ୍ସା ପାଇଁ ମେଡିକାଲ୍ ଯାଉଥିଲା । ଏହି ଭଳି ଅନେକ ଙ୍କୁ ବହୁ କ୍ଷତବିକ୍ଷତ କରିଛି ଏହି ମାଙ୍କଡ଼ । ଅନେକ ଜାଗାରେ ବହୁ ଗାଡି ମଧ୍ୟ ଭାଙ୍ଗିଛି । ଫଳରେ ବନବିଭାଗ ଅଧିକାରୀ ଙ୍କୁ ଜଣାଇଥିଲେ ଗ୍ରାମବାସୀ ।  ଆଜିକୁ ପ୍ରାୟ ପାଞ୍ଚ ଦିନ ହେବ ବନବିଭାଗ ର ଷ୍ଟାଫ୍ ଗୋଡେଇ ଗୋଡେଇ ହାଲିଆ ହୋଇ ନିରାଶ ହେବାକୁ ପଡ଼ିଥିଲା । ବୈଦେଶ୍ଵର ଫରେଷ୍ଟର ରାକେଶ କୁମାର ପଣ୍ଡା ଖୋର୍ଦ୍ଧା ରେଞ୍ଜର ଙ୍କ ଟିମ୍ ଏହି ଅଭିଯାନରେ ସାମିଲ ହୋଇଥିଲେ । ନନ୍ଦନକାନନ ର ଟ୍ରାଙ୍କୁଲାଇଜର ଷ୍ଟାଫ୍  ଆଜି ସକାଳୁ ଖୋଜାଖୋଜି କରି ଉଦ୍ଧତ ମାଙ୍କଡକୁ ଠାବ କରିବାରେ ସକ୍ଷମ ହୋଇଥିଲେ ।ପରେ ତାକୁ ନିଶା ଇଞ୍ଜେକସନ ର ସାହାଯ୍ୟରେ ଧରିଥିଲେ ।ପରେ ବୈଦେଶ୍ଵର ଫରେଷ୍ଟ ଅଫିସକୁ ଅଣାଯାଇଥିଲା । ତା'ର ସ୍ୱାସ୍ଥ୍ୟ ଅବସ୍ଥା କୁ ଯାଞ୍ଚ୍ କରିଥିଲେ ନନ୍ଦନକାନନ ର ଟ୍ରାଙ୍କୁଲାଇଜର ଡାକ୍ତର ଯୁଶ୍ମନ୍ତ ନାୟକ । ପରେ ଗୋଟିଏ ସାଲାଇନ ଦେଇ ଖୋର୍ଦ୍ଧା ରେଞ୍ଜର ଅଫିସକୁ ନେଇଛନ୍ତି ଟିମ୍ । ଅଞ୍ଚଳରେ ଏଭଳି ଘାତକ ସାଜିଥିବା ମାଙ୍କଡକୁ ବୈଦେଶ୍ଵର ଫରେଷ୍ଟର ରାକେଶ କୁମାର ପଣ୍ଡା ଧରିଥିବାରୁ ଅଞ୍ଚଳବାସୀ ଫରେଷ୍ଟରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ, ୧୧/୬/୨୦୨୨----୯,୪୦   Sakhigopal News,11/6/2022

ads

Blog Archive