ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗରେ ଡେଲାଙ୍ଗ ଶିକ୍ଷକ ମାନଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି
There has been widespread mourning among Delang teachers over the teacher's untimely demise
ଡେଲାଙ୍ଗ ----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ପଞ୍ଚାୟତର ହରିପୁର କ୍ଳଷ୍ଟରର ଅରାଗଡ ପ୍ରକଳ୍ପ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ବାସନ୍ତୀ ବେହେରାଙ୍କ (୩୮) ବର୍ଷରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ପରଲୋକ ହୋଇଯାଇଛି । ଏହି ଖବର ଡେଲାଙ୍ଗରେ ପହଞ୍ଚିବା ପରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ମଧ୍ୟମରେ ଶୋକରଛାୟା ଖେଳିଯାଇଛି । ଦୁଇଟି ଯାଆଁଳା କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯିବା ସହ ସେ ମୃତ୍ୟୁ ବରଣ କରିଥିଲେ । ୨୦୦୫ ମସିହାରୁ ସେ ଉକ୍ତ ବିଦ୍ୟାଳୟରେ ୧୭ ବର୍ଷ ଧରି ଶିକ୍ଷୟତ୍ରୀ ଭାବେ ଶିକ୍ଷାଦାନ କରିବା ସହ ସମସ୍ତଙ୍କର ଅତି ପିୟଭାଜନ ହୋଇପାରିଥିଲେ । ସେ ଜଣେ ଛାତ୍ରଛାତ୍ରବତ୍ସଳତା, ମେଳାପୀ, ସ୍ପଷ୍ଟବାଦିତା, ଖୋଲାହୃଦୟ ସୁଗୁଣାବଳୀ ଭାବେ ଛାତ୍ରଛାତ୍ରୀ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ସହିତ ଗ୍ରାମବାସୀ ସମସ୍ତଙ୍କର ଆଦରଣୀୟ ଗୁରୁମା ଭାବେ ପରିଚିତ ହୋଇଥିଲେ । ତାଙ୍କ ଅକାଳ ମୃତ୍ୟୁରେ ପୈତିକ ଘର ବଡଇଛାପୁର ଓ ଶାଶୁଘର ଟାଙ୍ଗିଭଁସର ସହିତ ଅରାଗଡ,ଗୋଦାସାହି, ହରିପୁର ମାନପୁର, ବରପଦା, ହାଟବଜାର ଆଦି ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି । ତାଙ୍କ ବିୟୋଗରେ ବ୍ଳକ ଶିକ୍ଷା ଅଧିକାରୀ ମୀନକେତନ ସାମନ୍ତରାୟ, ସହକାରୀ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା, ଲକ୍ଷ୍ମଣ ପ୍ରଧାନ, ପ୍ରଧାନ ଶିକ୍ଷକ ଦୁର୍ଯ୍ୟେଧନ ସାହୁ, ଗୋପାଳ ମହାପାତ୍ର, ଶିକ୍ଷୟତ୍ରୀ କଳ୍ପନା ସାହୁ, ଦେବୀ ପଟ୍ଟନାୟକ, ମଞ୍ଚଲତା ବେହେରା, ବିଷ୍ଣପିୟା ମହାପାତ୍ର, ଭାରତୀ ଜେନା, ଦୀପିକା ପାତ୍ର, ପ୍ରତିମା ସାହୁ, ସବିତା ରଥ, ଶିକ୍ଷକ ଅଶୋକ ପ୍ରଧାନ, ମଙ୍ଗୁଳି ପରିଡା, ଅଭୟ ଚରଣ ସାହୁ, ସନ୍ତୋଷ ରଥ, ବିକ୍ରମ ପାତ୍ର, ବିଚିତ୍ରାନନ୍ଦ ନାୟକ, କମିଟି ସଭାପତି ଧନେଶ୍ୱର ମହାପାତ୍ର, ଚିତ୍ତରଞ୍ଜନ ସାହୁ, ବୁଦ୍ଧିଜୀବୀ ପ୍ରଶାନ୍ତ ନନ୍ଦ ମହାପାତ୍ର, ଅବିନାସ ସାସମଲ, ଅଙ୍ଗନୱାଡି କର୍ମୀ ପ୍ରଭାତୀ ସ୍ୱାଇଁ, ଶିକ୍ଷାବିତ ପ୍ରମୋଦ ପରିଡା ପ୍ରହଲ୍ଲାଦ ସ୍ୱାଇଁ, ଶିକ୍ଷକ ନେତା ମିଟୁ କିଶୋର ପ୍ରଧାନ, ଦୟାନିଧି ମାର୍ଥା, ପବିତ୍ର ଜେନା, ଓ ଶିକ୍ଷକ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୬/୨୦୨୨---୩,୪୦



