ଖବର ପ୍ରସାରଣ ପରେ ବି ବାଲିମାଫିଆ ସକ୍ରିୟ ; ପ୍ରଶାସନ ନୀରବଦ୍ରଷ୍ଟା
The sand mafia is active even after the news broke; The administration is silent.
ବାଙ୍କୀ---- ପ୍ରଶାସନ ନିରବତାର ସୁଯୋଗ ନେଇ ବାଲିମାଫିଆମାନେ ଲୁଟି ଚାଲିଛନ୍ତି କୋଟି କୋଟି ଟଙ୍କାର ସରକାରୀ ରାଜସ୍ବ । ରାତାରାତି ମାଲାମାଲ ହେଉଛନ୍ତି ବାଲି ମାଫିଆମାନେ । ସୁଚନା ଯୋଗ୍ୟ ଯେ କିଛିଦିନ ତଳେ ଏସମ୍ପର୍କରେ ବାଙ୍କୀ ତହସିଲଦାର ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ମତାମତ ଦେଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଫଳରେ ବାଲି ମାଫିଆମାନେ ସକ୍ରିୟ ହୋଇ ପ୍ରତିଦିନ ଚାଲାଣ କରୁଛନ୍ତି ହଜାର ହଜାର ଗାଡି ବାଲି । ଏପରି କାରନାମା ଚାଲିଛି ବାଙ୍କୀ ତହସିଲ ଅନ୍ତର୍ଗତ ତେନ୍ତୁଳିଆ ବାଲିଘାଟ। ଏହି ବାଲିଘାଟ ଅଦ୍ୟାବଧି ନିଲାମ ହୋଇ ନାହିଁ । ସମସ୍ତ ଖବର ବାଙ୍କୀ ତହସିଲଦାର ରତାଗଡ ଆର.ଆଇ ଜାଣିଥିଲେ ମଧ୍ୟ , ନଜାଣିବାର ଅଭିନୟ କରୁଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ନିରବତାର କାରଣ ମୋଟା ଅଙ୍କର ମାସିକ ଅର୍ଥ କାରବାର ନା ଆଉକିଛି ତାହାର ମହାଖୁଲାସା କରିବ ଡ୍ରିମସ ରାଇଡ଼ର ବୋଲି ଜଣାପଡିଛି । କଟକ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୧୧/୬/୨୦୨୨----- ୬,୩୦ Sakhigopal News,11/6/2022



