ads

Breaking News

ଖୋର୍ଦ୍ଧା ରୋଡ଼ ମଣ୍ଡଳର ୧୪୦ତମ ମଣ୍ଡଳ କାର୍ଯ୍ୟାଳୟ ଭାଷା ପ୍ରୟୋଗ କମିଟି ବୈଠକ

Khurdha Road Zone 140th Zone Office Language Approval Committee Meeting


ଜଟଣୀ ---ଶ୍ରୀ ରିଙ୍କେଶ ରାୟ, ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼ଙ୍କ ଅଧ୍ୟକ୍ଷତାରେ  ରାଜଭାଷା ବିଭାଗ ତରଫରୁ ୧୪୦ତମ ମଣ୍ଡଳ କାର୍ଯ୍ୟାଳୟ ଭାଷା ପ୍ରୟୋଗ କମିଟି ବୈଠକ ସ୍ଥାନୀୟ ଡିଆରଏମ ଅଫିସ କନଫରେନ୍ସ ହଲରେ ଆୟୋଜିତ ହୋଇଯାଇଛି ।ଏହି ବୈଠକରେ ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ମହତ୍ତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ରାଜଭାଷା ବିଭାଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ମୂଲ୍ୟାଙ୍କନ କରାଯାଇଥିଲା । ଏହି ବୈଠକରେ ଗୃହ ମନ୍ତ୍ରଣାଳୟର ବାର୍ଷିକ କାର୍ଯ୍ୟକ୍ରମ ଅଧିନରେ ଉଲ୍ଲେଖ କରାଯାଇଥିବା ହିନ୍ଦୀ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଧାରିତ ଲକ୍ଷଗୁଡ଼ିକର ପାଳନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଅବସରରେ ଶ୍ରୀ ରିଙ୍କେଶ ରାୟ, ଡିଆରଏମ, ଖୋର୍ଦ୍ଧା ରୋଡ଼ କହିଥିଲେ ଯେ, ମଣ୍ଡଳର ସମସ୍ତ ବିଭାଗ ଯଥା ସମ୍ଭବ ହିନ୍ଦୀରେ କାମ କରିବା ସହିତ ମନ୍ତ୍ରଣାଳୟ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିବା ଆବଶ୍ୟକ । ସେ ମଧ୍ୟ କର୍ମଚାରୀଙ୍କ ପାଇଁ ଆୟୋଜିତ ବିଭିନ୍ନ ହିନ୍ଦୀ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ବିଭିନ୍ନ ବିଭାଗ ଦ୍ୱାରା ହିନ୍ଦୀରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକୁ ଦର୍ଶାଇ ଏକ ରାଜଭାଷା ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା ।
ଏହି ବୈଠକରେ ଶ୍ରୀ ଅଶୋକ କୁମାର, ଅତିରିକ୍ତ ମୁଖ୍ୟ ରାଜଭାଷା ଅଧିକାରୀ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା), ଏବଂ ସମସ୍ତ ଶାଖା ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ ।  ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଉଷା ରାଣୀ, ରାଜଭାଷା ଅଧିକାରୀ, ଖୋର୍ଦ୍ଧା ରୋଡ଼ ସଂଯୋଜନା କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୮/୬/୨୦୨୨---୯, ୩୦   
 Sakhigopal News,8/6/2022

ads

Blog Archive