ଜରାଜୀର୍ଣ୍ଣ ଅବସ୍ଥାରେ ଜନସାଧାରଣ ସୁବିଧା କେନ୍ଦ୍ର
In a state of disrepair, the public welfare center.
ଜଟଣୀ ---ତହସିଲ କାର୍ଯ୍ୟାଳୟ ମଧ୍ୟରେ ଥିବା ଜନସାଧାରଣ ସୁବିଧା କେନ୍ଦ୍ର (ପବ୍ଲିକ ଫାସିଲିଟି ସେଣ୍ଟର ) ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ବିଗତ ଦିନରେ ତହସିଲ କାର୍ଯ୍ୟାଳୟକୁ ସାଧାରଣ ଲୋକେ କୌଣସି କାର୍ଯ୍ୟରେ ଆସିଲେ ଏହି ଜନସାଧାରଣ ସୁବିଧା କେନ୍ଦ୍ରରେ ବିଶ୍ରାମ କରିବାର ବ୍ୟବସ୍ଥା ରହିଛି । ଏହି କେନ୍ଦ୍ରକୁ ପୂର୍ବତନ ତହସିଲଦାର ଦୁର୍ଗା ମହାପାତ୍ର ଏବଂ ସେହି ସମୟର ପୂର୍ବତନ କଲେକ୍ଟର ରୁପା ମିଶ୍ରଙ୍କ ମିଳିତ ଉଦ୍ୟମରେ ସାଂସଦଙ୍କ ଅର୍ଥରେ ଦୁଇ ଲକ୍ଷ ଚାଳିଶି ହଜାର ଟଙ୍କା ବ୍ୟୟରେ 2013 ମସିହାରେ ନାମଫଳକ ମଧ୍ୟ ସ୍ଥାପିତ କରିଥିଲେ । ବର୍ତ୍ତମାନ ସେହି ନାମଫଳକକୁ ଚଞ୍ଚକତା କରି ବାହାର କରିଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି କେନ୍ଦ୍ରଟିକୁ ଧୀରେ ଧୀରେ କିଛି ଓକିଲ ନିଜ ଅକ୍ତିଆରକୁ ନେଇ ଏହାକୁ ଓକିଲଙ୍କ କାର୍ଯ୍ୟାଳୟରେ ପରିଣତ କରିଛନ୍ତି ବୋଲି ଲୋକମାନେ କହନ୍ତି । ଫଳରେ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଦୂର ଦୁରାନ୍ତରୁ ସାଧାରଣ ଲୋକେ ବିଶ୍ରାମ ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ପଡ଼ୁଛନ୍ତି । ବାହାରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଅପେକ୍ଷା କରିବାକୁ ପଡ଼ୁଛନ୍ତି । ସେହି ଭଙ୍ଗା ଦଦରା ଘରେ କିଛି ଓକିଲ ନିଜ ନିଜ ଟେବୁଲ, ଚେୟାର ପକାଇ ନିଜ ଅକ୍ତିଆରରେ ରଖିଛନ୍ତି । ଏବଂ ସେହି ଭଙ୍ଗା ଦଦରା କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇ ଅନବରତ ପଙ୍ଖା ବୁଲୁଛି ଏଠାରେ କଥା ଉଠୁଛି ଏହି ବିଦ୍ୟୁତ ବିଲ କିଏ ପୈଠ କରୁଛି । ତହସିଲଦାର ନା ସେଠାକାର ଓକିଲ ଏହା ସାଧାରଣରେ ପ୍ରଶ୍ନ ବାଚୀ ହୋଇ ପଡ଼ିଛି ? ଏହାକୁ ବର୍ତମାନର ଶାସକ ଏବଂ ପ୍ରସାଶକ ମାନେ ଜାଣି ମଧ୍ୟ ଆଖି ବୁଜି ରହିଛନ୍ତି । ପ୍ରକୃତରେ ଏହାକୁ ବର୍ତମାନର କାର୍ଯ୍ୟରତ ତହସିଲଦାର ତପନ କୁମାର ମହାପାତ୍ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉଚ୍ଚିତ ପଦକ୍ଷେପ ନେବା ସହ ତୁରନ୍ତ ଭଙ୍ଗା ଦଦରା ଘରକୁ ଉଚ୍ଛେଦ କରି ଏକ ନୂତନ ବିଶ୍ରାମ ଗୃହ ନିର୍ମାଣ କଲେ ସ୍ଥାନୀୟ ଜନସାଧାରଣ ଉପକୃତ ହୁଅନ୍ତେ ବୋଲି ବୁଦ୍ଧିଜୀବୀ ମାନେ ମତପୋଷଣ କରିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୮/୬/୨୦୨୨ ---- ୯,୨୫ Sakhigopal News,8/6/2022




