ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ମାମଲାରେ ୨ କୋର୍ଟ ଚାଲାଣ
Two lawsuits have been filed in connection with the dispute between the two families.
ଭଞ୍ଜନଗର--ତାରସିଂ ଥାନା ଅନ୍ତର୍ଗତ ବଡଗୁଣ୍ଡୁରିବାଡି ଗ୍ରାମରେ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଦୁଇ ଜଣ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି ତାରସିଂ ଥାନାରେ ଉଭୟ ପକ୍ଷରୁ ୨ଟି ଲିଖିତ ଅଭିଯୋଗକୁ ନେଇ ୧୬୭,୧୬୮/୨୨ରେ ଦୁଇଟି ମାମଲା ରୁଜୁ ହୋଇଛି ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି ।ଗିରଫ ୨ ଜଣ ହେଲେ ବଳରାମ ବିଷୋୟୀ ଓ ଗୋବିନ୍ଦ ପ୍ରଧାନ ।ଖବର ନେବାରେ ବଡଗୁଣ୍ଡୁରିବାଡି ଗ୍ରାମର ଗୀତା ବିଷୋୟୀ ଙ୍କ ଘରେ କେହି ନଥିବା ସମୟରେ ମଙ୍ଗଳବାର ରାତ୍ର ୭ ସମୟରେ ଗୋବିନ୍ଦ ଗୀତା ବିଷୋୟୀଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହ ମାଡମାରିଥିବା ନେଇ ତାରସିଂ ଥାନାରେ ଅଭିଯୋଗ କରିଛନ୍ତି । ଗୋବିନ୍ଦଙ୍କ ଘରେ ଗୀତାର ପୁଅ ବଳରାମ ପ୍ରତ୍ୟେକ ଦିନ ମୋବାଇଲ ଚାଜ କରିଆସୁଥିବା ବେଳେ ମଙ୍ଖଳବାର ରାତ୍ରରେ ମଧ୍ୟ ବଳରାମ ଗୋବିନ୍ଦଙ୍କ ଘରେ ମୋବାଇଲ ଚାଜରେ ବସାଇ ଆସିଥିଲା ।ବୁଧବାର ସକାଳୁ ଗୋବିନ୍ଦ କୈଣସି କାମରେ ବାହାରକୁ ଯିବା ପାଇଁ ବାହାରିବା ପ୍ରଯ୍ୟନ୍ତ ବଳରାମ ମୋବାଇଲ୍ ଟି ଆଣିବା ପାଇଁ ଯାଇନଥିଲା ଗୋବିନ୍ଦ ଗୀତା ଘରକୁ ଆସି ବଳରାମକୁ ଡାକିବା କ୍ଷଣି ଗୀତା ଗୋବିନ୍ଦକୁ ବିଭିନ୍ନ ଭାଷରେ ଗାଳିଗୁଲଜ କରିବା ସହ ବଳରାମ ଗୀତା ଓ ମା ମିଶି ଗୋବିନ୍ଦକୁ ମାଡ ମାରିବା ନେଇ ଗୋବିନ୍ଦ ମଧ୍ୟ ତାରସିଂ ଥାନାରେ ଲିିଖିତ ଅଭିଯୋଗ କରିବା ପରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନାଧିକାରୀ ଶ୍ରୀ ଦାଶ ୨ ମାମଲା ରୁଜୁ କରିଥିବା କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୬/୨୦୨୨---୯,୪୦ Sakhigopal News,8/6/2022


