ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବାପାଇଁ ଆଜି ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଗମନ
Shrikshetra travels from Sakshigopala today in a colorful procession from Sakshigopala to Shri Jagannath's shrine service.
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବା ପାଇଁ ବଉଳ କାଠ ଶଗଡିକୁ କୁୂ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସତବାଦୀ ବ୍ଳକ ଛକ ପର୍ଯ୍ୟନ୍ତ ମେଲାଣି ଦିଆଯାଇଛି । ପରମ୍ପରା ଅନୁଯାୟୀ ଶ୍ରୀ ଜଗନ୍ନାଥ ସଂସ୍କୃତି ତଥ୍ୟ ଅନୁଯାୟୀ ବକୁଳବନରୁ ଶ୍ରୀ ଜିଉଙ୍କ ରଥଯାତ୍ର ପାଇଁ ଶ୍ରୀ ଅଙ୍ଗ ତଥା ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳକାଠ ସଂଗ୍ରହ କରାଯାଇଥାଏ । ଏହି ପରମ୍ପରା ଅନୁଯାୟୀ ରଥଯାତ୍ରା ସମୟରେ ବକୁବବନ ପରିସରରୁ ବଉଳଗଛର ଡାଳ ଯାଉଥିଲା । ଏଠାରୁ ଯିବାର ତାପର୍ଯ୍ୟ ହେଉଛି ଯେ ଜଗନ୍ନାଥଙ୍କ ଅଜା ଭାବେ ସିଦ୍ଧବଳରାମ ଏଠାରେ ପୂଜା ପାଇ ଆସୁଛନ୍ତି । ତାଙ୍କର ଏକ କଥା ଅନୁଯାୟୀ ଏଠାରୁ ତିନିଖଣ୍ଡ କାଠ ଗଲାପରେ ଠାକୁର ସ୍ନାନମଣ୍ଡପକୁ ବିଜେ କରିବା ସମୟରେ ଶ୍ରୀ ଜିଉଙ୍କର ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଏହି କାଠ ବ୍ୟବହାର କରାଯାଇଥାଏ । କାଳଦିକ୍ରମେ ବକୁଳବନରୁ ବଉଳ ଗଛ ଲୋପ ପାଇଗଲା । ବର୍ଷା , ବାତ୍ୟା ଯୋଗୁ ବକୁଳବନରୁ ବଉଳ ଗଛ ଲୋପ ପାଇଯିବାରୁ ଏବେ ଆଖପାଖ ଅଞ୍ଚଳରୁ ଗଛ ଚିହ୍ନଟ କରାଯାଇ ଠାକୁରଙ୍କ ସେବାରେ ଲାଗୁଛି । ଶନିବାର ଦିନ ନିର୍ଜଳା ଏକାଦଶୀ ତିଥିରେ ଏକ ବଣ୍ଣାଢ଼୍ୟ ଶୋଭାଯାତ୍ରାରେ ଅପରାହ୍ନରେ ସାକ୍ଷୀଗୋପାଳ ବ୍ଳକ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇ ସେଠାରୁ ମେଲାଣି ଦିଆଯାଉଛି । ଆଜି ସକାଳେ ଶ୍ରୀମନ୍ଦିର ଦେବନୀତି ପରେ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ ସାକ୍ଷୀଗୋପାଳ ମନ୍ଦିର ନିକଟ ବାଳିଆଖିଆ ବଗିଚାରେ ଚିହ୍ନଟ କରାଯାଇଥିବା ବଉଳ ବୃକ୍ଷରେ ବନ୍ଧାଯାଇ ସେଠାରେ ସ୍ରୋତୀୟ ବାହ୍ମଣଙ୍କ ଦ୍ୱାରା ପୁଜାର୍ଚ୍ଚନା ଓ ହୋମ କରାଯାଇଥିଲା । ରଥ ନିର୍ମାଣ ତତ୍ୱାବଧାରକ ସୁଦର୍ଶନ ମେକାପ , ଉତ୍ତରପାଶ୍ୱ ଓ ଏମାରମଠର ମହନ୍ତ ନାରୁ ମହାରାଜ, ଭୋଇ ସେବକ ରବି ଭୋଇ ଓ ଧୋବା ଭୋଇ ମାନଙ୍କ ସହିତ କିଛି ଭୋଇ ସେବକ ମାନେ ଆସିଥିଲେ । ପୂଜା ପାଠ ସରିବା ପରେ ନିୟମ ଅନୁଯାୟୀ ପ୍ରଥମେ ଭୋଇ ସେବକ ଧୋବା ଭୋଇ ବୃକ୍ଷ ଛେଦନ କରିଥିଲେ । ପରେ ପରେ ଅନ୍ୟ ସେବକ ମାନେ ଗଛ ହାଣି ତଳେ ପକାଇଥିଲେ । ସେଠାରେ ସୁଧର୍ମା ମହାସଂଘ ଶ୍ରୀରାଧା ମଣ୍ଡଳ ପକ୍ଷରୁ ନାମ ସଂକୀର୍ତ୍ତନ କରାଯାଇଥିଲା । ପରେ ପରେ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆସିଥିବା କାଠକୁ ବଳଦ ଶଗଡରେ ଲଦା ଯାଇଥିଲା । ସଂକୀର୍ତ୍ତନ କରାଯାଇ ସିଦ୍ଧବକୁଳଙ୍କ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ଭକ୍ତ ମାନଙ୍କ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ସେଠାରେ ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ପକ୍ଷରୁୂ ସାହିତ୍ୟ ଆସର ସହିତ ଏକ ବ୍ୟାନର ଓ ଫଟୋ ପ୍ରଦର୍ଶନୀ କରାଯାଇଥିଲା । କାର୍ଯ୍ୟକ୍ରମକୁ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ କ୍ଷୀରୋଦ କୁମାର ବେହେରା , ଅବସରପ୍ରାପ୍ତ ଶିକ୍ଷକ ଅଶୋକ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ଆସରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୭୦ଜଣ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବଊଳଗଛର ଆବଶ୍ୟକତା ସମ୍ପର୍କେ କହିଥିଲେ । ଏହି ଅବସରରେ ଶଗଡିଆ ବାନାମ୍ବର ପ୍ରଧାନ , ପାରାଆଥେଲେଟିକ ଜୟନ୍ତୀ ବେହେରାଙ୍କ ସହିତ ଅନ୍ୟ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ସତ୍ୟବାଦୀ ସେବା ଟ୍ରଷ୍ଟ ପକ୍ଷରୁ ସିଦ୍ଧବଳରାମଙ୍କ ପରିସରରେ ଦୌଡରାଣୀ ଜୟନ୍ତୀ ବେହେରା, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତଙ୍କ ସହିତ ଅନ୍ୟ ଅତିଥି ମାନଙ୍କ ଉପସ୍ଥିତିରେ ତିନୋଟଣି ବଉଳବୃକ୍ଷ ରୋପଣ କରାଯାଇଥିଲା । ଅପରାହ୍ନରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ପତକା ଦେଖାଇ ଶଗଡିକୁ ମେଲାଣି ଦେଇଥିଲେ । ଅନ୍ୟତମ ଅତିଥି ଭାବେ ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ କ୍ଷୀରୋଦ କୁମାର ବେହେରା ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ରଥ ତତ୍ୱବଧାରକ ସୁଦର୍ଶନ ମେକାପଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ବକୁଳବନ ଠାରୁ ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ ଗୁରୁକୁଳ ଆଥେଲେଟିକ ଛାତ୍ର ଛାତ୍ରୀ ଓ ହରିନାମ କୀତ୍ତରେ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନେ ଏକ ଆଧ୍ôାମିକ ପଟୁଆରରେ ସିଦ୍ଧବକୁଳ ମନ୍ଦିର ଠାରୁ ବଜାର ଦେଇ ବ୍ଳକ ଛକ ଠାରେ ଶଗଡିକୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୬/୨୦୨୨---୭,୦୫
Sakhigopal News, 11/6/2022




