ଗୋଳନ୍ଥରା ଥାନା ପୋଲିସ ଏବଂ ମଦମାଫିଆଙ୍କ ମାଡ଼ରେ ମିଟୁ ବେହେରାଙ୍କ ମୃତୁ,, ଭାରତୀୟ ବିକାଶ ପରିଷଦ ପକ୍ଷରୁ ଉଚ୍ଚନ୍ୟାଳୟ ରେ ଜନସ୍ୱାର୍ଥ ମାମଲା
Mitu Behera's death at Golanthara police station and Madam mafia, public interest litigation in high court
ନୟାଗଡ଼---- ଭାରତୀୟ ବିକାଶ ପରିଷଦ ତରଫରୁ ଗତକାଲି ତା 10.06.22 ରେ WPC(PIL) NO- 14839/22 ଏକ ଜନସ୍ୱାର୍ଥ ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ୠଜୁହେଇଛି । ଉକ୍ତ ମାମଲାରେ ଦର୍ଶାଯାଇଛି ଯେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଇନ୍ଦ୍ରାଖି ଗ୍ରାମର ଭଗବାନ ବେହେରା @ ମିଟୁ ବେହେରା ବୟସ 36 ଙ୍କ ସ୍ତ୍ରୀ ସୁପ୍ରିୟା ବେହେରା ଥାନାରେ ଲିଖିତ ଅଭିଯୋଗ ଗୋଳନ୍ଥରା ଥାନା ରେ କରିଥିଲେ । ତା 1.6.22 ରିଖ ସକାଳ (ଭୋର )3 ଘ ସମୟରେ ମୋ ସ୍ୱାମୀ କିଆଫୁଲ ତୋଳିବାକୁ ଯାଇଥିଲେ । ଗୋଳନ୍ଥରା ପୋଲିସ,ସହିତଦେଶୀ ମଦ ବ୍ୟବସାୟୀ ସହିତ ସମ୍ପୃକ୍ତ ପ୍ରାତପ ସାହୁ କନିସି ଗ୍ରାମ,ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମର ଦଣ୍ଡ ପାଣି ସାହୁ ଏବଂ ବ୍ରହ୍ମପୁର ଅଶୋକ ନଗର ନିବାସୀ ସୋନୁପାତ୍ର ଓ ସହଯୋଗୀ ମନେ ଆସି ମୋସ୍ୱାମୀ କି ଫୁଲ ତୋଳିବା ସମୟରେ ପଚାରିଲେ ଦେଶୀମଦ କେଉଁଠିରନ୍ଧା ହେଉଛି । ମୁ ଜାଣିନାହିଁ ବୋଲି କହିବାରୁ ଗୋଳନ୍ଥରା ପୋଲିସ ଷ୍ଟାଫଦଣ୍ଡପାଣିସାହୁ,ପ୍ରତାପ ସାହୁ, ସୋନୁପାତ୍ର ଓ ସହଯୋଗୀ ମନେ ସମସ୍ତେ ମାଡମାରି ଗୋଳନ୍ଥରାଥାନା କୁନେଇଗଲେ । ସେଠାରେମଧ୍ୟ ରକ୍ତାକ୍ତକରୀ ମୋ ସ୍ୱାମୀ ମିଟୁ ବେହେରାକୁ ମାରିଲେ । ଗୋଳନ୍ଥରା ଥାନା କେସ ନମ୍ବର182/22 ମାମଲା ରୁଜୁ କରି ଭାରତୀୟ ଦଣ୍ଡବିଧି ଆଇନଧାରା272,273 ଓ ଓଡିଶା ଅବକାରୀ ଆଇନଧାରା 52( ଖ )ରେ ଗିରଫ କରି କୋର୍ଟକୁ ମିଟୁ ବେହେରାକୁ ପଠାଇଥିଲେ । ମିଟୁର ଭାଇ ମୋହନ ବେହେରାଓ କ୍ରିଷ୍ଣା ରେଡିକୁ କୋର୍ଟ ପଠାଇଥିଲେ । ସମସ୍ତଙ୍କୁ ରକ୍ତାକ୍ତ କରି ପୋଲିସ ଓ ମାଦ ମଫିଆ ମାନେ ମିଳିତ ମାଡ଼ରେ ମିଟୁ ର ସ୍ୱାସ୍ଥ୍ୟ ସଙ୍କଟାପନ୍ନ ହେବାରୁ mkcg ମେଡିକାଲ କଲେଜକୁ ସ୍ଥାନାନ୍ତରିତ ତା 3.6.22 ରେ କରାଯାଇଥିଲା ।
ମୋତେ ତା 3.6.22 ରେ ଫୋନ ଦ୍ୱାରା ଜଣାଇଲେ ଯେ ତୁମ ସ୍ୱାମୀ ଦେହ ଖରାପ ତେଣୁ ତୁରନ୍ତ ଆସିବାପାଇଁ । ମୁ ଯାଇ ଜାଣିଲି ମୋ ସ୍ୱାମୀକୁ ମାରିଦେଇଛନ୍ତି । ମୋସ୍ୱାମୀର ଶରୀର ପ୍ରତେକ ସ୍ଥାନରେ ରକ୍ତ ବାହାରିବା ଚିହ୍ନ ଓ ଦାଗ ଅଛି । ଦୁଇ ଜଣଙ୍କୁ ମଧ୍ୟ ମେଡିକାଲ ଭର୍ତି କରାଯାଇଛି ।
ମିଟୁ ବେହେରା ମରିନାହିଁ ଏହା ଏକ ସୁଚିନ୍ତିତ ପୋଲିସ ଓ ମଦମାଫିଆଙ୍କ ଦ୍ୱାରାହତ୍ୟା କରାଯାଇଛି ।
ତା 5.6.22 ରେ ମୃତ ମିଟୁ ର ସ୍ତ୍ରୀ କରିଥିବା ଏଫ ଆଇ ର କୁ ଥାନାରୁ ପ୍ରତ୍ୟାହାର କରିଦେଲା । କିଛି ରାଜନେତା,ମଦମାଫିଆ ଓ ପୋଲିସ । ତୁଲୁ ରୋଡରେ ଥିବାଏକ ଧାନ ମିଲରେ ମୃତ ମିଟୁର ପରିବାର, ମଦମାଫିଆ ,ପୋଲିସ ଓରାଜନେତା ମିଶି ଆଲୋଚନା ମାଧ୍ୟମରେ ମୃତ ମିଟୁର ସ୍ତ୍ରୀ କୁ ଟ 5,50,000/ ଓ ମାସିକ ଟ 6000/ ଦେବାପାଇଁ ସ୍ଥିର କରିବା ପରେ ଅଭିଯୋଗକୁମିଟୁର ସ୍ତ୍ରୀ ପ୍ରତ୍ୟାହାର କରିଦେଲା।
ଏଥିରୁ ସ୍ପଷ୍ଠ ଭାବେ ଜଣାଯାଏ ଗୋଳନ୍ଥରା ଥାନା ପୋଲିସ ଓ ମଦ ମାଫିଆ ମାଡ଼ରେହତ୍ୟାକରିଥିବା ଯୋଗୁଁ ତାଙ୍କ ବିରୁଦ୍ଧରେ ହତ୍ୟା ମକଦମା ରୁଜୁ କରିବା ଓ ମୃତମିଟୁ ବେହେରା ପରିବାରଙ୍କୁ ଟ 50,00000/ ରାଶି ସାନ୍ତ୍ୱନା ପ୍ରଦାନ କରିବା ପାଇଁ ଭାରତୀୟ ବିକାଶ ପରିଷଦ ମାମଲାରେଦର୍ଶାଇଛନ୍ତି ।
ମୁଖ୍ୟଦାବିମିଟୁବେହେରାମୃତ୍ୟୁ ପାଇଁ ପୋଲିସ ଓ ଶାସକଦଳରମଦ ମାଫିଆଓରାଜନେତାଦାୟୀ ତେଣୁଉକ୍ତ କେସଯାଞ୍ଚପାଇଁ ସିବିଆଇ (CBI ) ଙ୍କୁ ହସ୍ତାରିତକରିବାପାଇଁ ମଧ୍ୟପ୍ରାଥନା କରାଯାଇଛି ।
ଉକ୍ତ ମାମଲାରେ ଗୃହସଚିବ କେନ୍ଦ୍ର ସରକାର, ମୁଖ୍ୟଶାସନ ସଚିବ ପ୍ରମୁଖ ଶାସନସଚିବଗୃହବିଭାଗ, ମହାନିର୍ଦେଶକ ପୋଲିସ,ଓଡିଶା ସରକାର, ସୁପେରିଣ୍ଟେଣ୍ଟ ପୋଲିସ ବ୍ରହ୍ମପୁର ଓ ଆଇ ଆଇ ସି ଗୋଳନ୍ଥରା ଥାନା ବ୍ରହ୍ମପୁର ଙ୍କୁ ପକ୍ଷ ଭୁକ୍ତକରି ମାମଲା ରୁଜୁ କରାଯାଇଛି ।ଉକ୍ତ ମାମଲାକୁ ଗୋପାଳପ୍ରସାଦ ଜେନା ଆଡ଼ଭୋକେଟ ପରିଚାଳନା କରୁଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୬/୨୦୨୨---୧୦,୧୫ Sakhigopal News,11/62022



