ପ୍ରଶାସନର ମଧୁଚନ୍ଦ୍ରିକାରେ ଚାଲିଛି ବେଆଇନ ବାଲି ଚାଲାଣ
Illegal sand smuggling continues in the honeymoon of the administration
କଟକ ---କଟକର ବାଙ୍କୀ ବ୍ଲକର ଅନୁୟାରୀ ପଞ୍ଚାୟତର ଅନୁୟାରୀ ଗ୍ରାମରେ ଚାଲିଛି ବେଆଇନ ଭାବେ ବାଲି ଚାଲାଣ ।ବୈଦେଶ୍ଵର ଓ ପଥୁରୀପଡା ଆର . ଆଇ ଅଧୀନରେ ଥିବା ଏହି ବାଲିଘାଟ ସରକାରଙ୍କ ନିୟମ ଅନୁଯାୟୀ ନିଲାମ କରାଯାଉଥିଲା । ଦୀର୍ଘଦିନ ହେଲା ବାଲି ମାଫିଆମାନେ ସକ୍ରିୟ ହୋଇ ବେଆଇନ ଭାବେ କରୁଛନ୍ତି ବାଲି ଚାଲାଣ । ମୃତ୍ତିକା ସଂରକ୍ଷଣ ଓ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ତଥା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲଗା ଯାଇଥିବା ବୃକ୍ଷକୁ କାଟି କରୁଛନ୍ତି ବାଲି ପରିବହନ ପାଇଁ ବାଟ । ଏ ବିଷୟରେ ଜନସାଧାରଣ ଜଙ୍ଗଲ ବିଭାଗ ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଫଳ ହେଉଛି ଶୂନ୍ୟ । ସ୍ଥାନୀୟ ତହସିଲଦାର ଓ ଆର୍.ଆଇ ଦିନବେଳେ କରୁଛନ୍ତି କଣ! ମାଫିଆ ମାନେ ହଜାର ହଜାର ଟ୍ରିପ କରୁଛନ୍ତି ବାଲି ଚାଲାଣ । ସରକାରଙ୍କର ହାନି ଘଟୁଛି । ଅଭିଯୋଗ ହେଉଛି ପ୍ରଶାସନର ମଧୁଚନ୍ଦ୍ରିକାରେ ଚାଲିଛି ଏହି ବେଆଇନ ବାଲି ଚାଲାଣ । ଲୋକଦେଖାଣିଆ ଭାବେ ପ୍ରଶାସନ ପକ୍ଷରୁ ଚଢ଼ାଉ କରିବା ପୂର୍ବରୁ ଖବର ଦେଉଛନ୍ତି ବାଲି ମାଫିଆଙ୍କୁ । ପ୍ରତି ବଦଳରେ ପାଉଛନ୍ତି ମାସିକ ହଜାର ହଜାର ଟଙ୍କା । ଜନସାଧାରଣ ଅଭିଯୋଗ କରିଲେ ଜୀବନରେ ମାରିଦେବାର ଧମକ ଦେବାକୁ ପଛାଉନାହାନ୍ତି ବାଲି ମାଫିଆ ମାନେ । କାରଣ ତାଙ୍କ ପାଖରେ ଅଛନ୍ତି କଳ , ବଳ , କୌଶଳ । ସରକାର ହରାଉଛନ୍ତି ରାଜସ୍ବ ।ନଷ୍ଟ ହେଉଛି ପରିବେଶ । ଯଦି ପ୍ରଶାସନ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ , ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଜଣାପଡିଛି । ସେଥିପାଇଁ ଦାୟୀ ରହିବେ ପ୍ରଶାସନିକ ଅଧିକାରୀ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୧/୬/୨୦୨୨---- ୯,୫୫ Sakhigopal News,11/6/2022



