ads

Breaking News

ଝିଲିମିନଣ୍ଡା ବସଷ୍ଟାଣ୍ଡ ଠାରୁ କାଦୋବାହାଲ ପ୍ରଧାନମନ୍ତ୍ରୀ ରାସ୍ତା ଏବେ ମରଣଯନ୍ତା ପାଲଟିଛି

The Kadobahal Prime Minister's Road from Jhiliminanda bus stand has become a death trap
ବରଗଡ଼--- ବରଗଡ ଜିଲ୍ଲା ଝିଲିମିନଣ୍ଡା ବସଷ୍ଟାଣ୍ଡ ଠାରୁ କାଦୋବାହାଲ ଏକ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇଛି। ଏହା ତ୍ରୁଟି ପୂର୍ଣ୍ଣ ନିର୍ମାଣ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଅନେକ ଲୋକ ଆହତ ହେବାସହ ମୃତ୍ୟୁ ମୁଖରେ ପଡୁଛନ୍ତି। ବସଷ୍ଟାଣ୍ଡ ଠାରୁ ଏକ କିମି ପରେ କେନାଲ ଉପରେ ଏକ ବ୍ରିଜ ଅଛି ।ଏହି ବ୍ରିଜ ଟି ତ୍ରୁଟି ନିର୍ମାଣ ଯୋଗୁ ସବୁ ସମୟରେ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ରାସ୍ତାରେ ଶହଶହ ସଂଖ୍ୟାରେ ଯାନବାହାନ ଯିବା ଆସିବା କରେ। ଏହି ରାସ୍ତାରେ ଲରମ୍ଭା ମହାବିଦ୍ୟାଳୟ, କାଦୋବାହାଲ ମହାବିଦ୍ୟାଳୟ କୁ ଛାତ୍ରଛାତ୍ରୀ ମାନେ ଯିବା ଆସିବା ସହିତ ସମ୍ବଲପୁର, ବୁର୍ଲା, ସୋନପୁର କୁ ଯିବା ଆସିବା କରିଥାନ୍ତି। ଏହି ରାସ୍ତାରେ କୌଣସି ସୂଚନା ଫଳକ ନାହିଁ, ରାସ୍ତା ଟି ତ୍ରୁଟି ପୂର୍ଣ୍ଣ ନିର୍ମାଣ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଆସୁଛି । ଏହି ରାସ୍ତା ଦାବୀ କରିଆସୁ ଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ହୋଇ ପାରୁନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ବିହିତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି ।ଏହାର ସମାଧାନ ପାଇଁ ନହୁଏ ଆଗାମୀ ଦିନରେ ରାସ୍ତା ବନ୍ଦ ଆନ୍ଦୋଳନ କରାଯିବ ବୋଲି ଝିଲିମିନଣ୍ଡା ଓ ସୋର୍ଣ୍ଣା ଗ୍ରାମ ବାସୀ କହିଛନ୍ତି। ଏହାର ବିହିତ ପଦକ୍ଷେପ ନେବାକୁ ବରଗଡ ଜିଲ୍ଲାପାଳ ଙ୍କ ନିକଟରେ ଦାବୀ କରିଛନ୍ତି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୬/୨୦୨୨ ----୯,୧୫ Sakhigopal News,13/6/2022

ads

Blog Archive

Popular Posts