ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳିତ
Nandini Shatapathi's jubilee is celebrated.
ଭଞ୍ଜନଗର -- ସ୍ଥାନୀୟ ନନ୍ଦିନୀ ଶତପଥି ସ୍ମୃତି ସଂସଦ ତରଫୁରୁ 91ତମ ଜୟନ୍ତୀ ପାଳିତ ହୋଇଯାଇଛି । ଚିଦାନନ୍ଦ କୁଷ୍ଟାଶ୍ରମ ପରିସରରେ ଆୟୋଜିତ ଉତ୍ସବରେ ପରିଷଦର ସଭାପତି ପ୍ରାକ୍ତନ କଲେଜ ଅଧକ୍ଷ କୃତ୍ତିବାସ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ରେଞ୍ଜେର ଅନୁପମ ବାନାର୍ଜୀ, ସମାଜସେବୀ ଶୂଳପାଣି ଶତପଥୀ, ପଞ୍ଚାନନ ପାଳ, ସଂସ୍କୃତି ଗବେଷକ ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ନନ୍ଦିନୀ ଦେବୀଙ୍କ ବହୁମୁଖୀ ପ୍ରତିଭା ସମ୍ୱନ୍ଧରେ ଗୁଣଗାନ କରିଥିଲେ । ଏହି ଅବସରରେ ଆଶ୍ରମ ପରିସରରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥଲା । କୁଷ୍ଟାଶ୍ରମ ର ଅନ୍ତେବାସୀ ହରିନାମ କୀର୍ତ୍ତନ କରି ଜୟନ୍ତୀ ପାଳନକୁ ଅଧିକ ଭାବରେ ଲୋକାଭିମୁଖୀ କରିଥିଲେ । ଆଶ୍ରମ ବାସୀଙ୍କୁ ଏହି ଅବସରରେ ଖାଦ୍ୟ ପୁଡିଆ ସ୍ମୃତି ସଂସଦ ତରଫୁରୁ ବଣ୍ଟନ କରା ଯାଇଥିଲା । ପରିଶେଷରେ ନନ୍ଦିନୀ ଶତପଥୀ ସ୍ମୃତି ସଂସଦର ସମ୍ପାଦକ ବାବୁଲା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୬/୨୦୨୨ ---- ୯,୪୦