ads

Breaking News

ନିଶାଡୀଙ୍କ ପେଣ୍ଠସ୍ଥଳୀ କୁଦିଆରୀ ବଜାର ; ଜଟଣୀ ପ୍ରଶାସନ ନୀରବଦ୍ରଷ୍ଟା

Kudiari Bazaar, the capital of Nishadi; The Jatani administration is silent.

ଜଟଣୀ --ଜଟଣୀ ପୌରପରିଷଦ ଅନ୍ତର୍ଗତ ୨୨ ନଂ ୱାର୍ଡର କୁଦିଆରୀ ବଜାର ନିଶା କାରବାରର କେନ୍ଦ୍ରସ୍ଥଳୀ ପାଲଟିଛି । ସନ୍ଧ୍ୟା ହେଲେ ନିଶାଡୀଙ୍କ ଭିଡ଼ ଦେଖିବାକୁ ମିଳେ  ଭାଙ୍ଗ ଠାରୁ ଆରମ୍ଭ କରି ଗଂଜେଇ, ଦେଶୀ ,ବିଦେଶୀ ମଦ ଏବଂ ଧଳା ଜହର ମଧ୍ୟ ଏଠାରେ ଖୋଲୁମ ଖୋଲା ବିକ୍ରି ହୁଏ  । ଈଶ୍ୱରଙ୍କ କୃପାରୁ ସେଠାରେ ନିଶାକାରବାର ହୁଏ ବୋଲି ସେଠାକାର ଲୋକେ କହୁଛନ୍ତି । ସାଧୁବାବାଙ୍କ ଭାଙ୍ଗ, ପୁଷ୍ପା ଦିଦିଙ୍କ ଗଂଜେଇ, ଡନ ରାଣୀଙ୍କ ଧଳା ଜହର, ଚକ୍ରଧରଙ୍କ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମାଲ୍ ସାଙ୍ଗକୁ  ଗେଟୁ ବାବୁଙ୍କ ମିଳିତ ସହଯୋଗରେ ଦେଶୀ ମାଲ୍ ସବୁ ଏଠାରେ ମିଳେ । ସ୍ଥାନୀୟ କିଛି କୁଜିନେତା ଏବଂ ଅସାଧୁ ସାମ୍ବାଦିକ ଛତ୍ରଛାୟା ତଳେ ରହି ନିଶାବେପାରୀ ବେପାର କରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ନିଶାଡୀଙ୍କ ଏଠାରେ ଭିଡ଼ ଲାଗି ଥାଏ । ସନ୍ଧ୍ୟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ନିଶାଡୀଙ୍କ ଆଭାଷା ଭାଷା କାନରେ ଗୁଞ୍ଜରିତ ହୁଏ । ବିଶେଷ କରି ଅଗ୍ରୱାଲ ମେଡିକାଲ ପାର୍ଶ୍ୱ ଗଳିରେ ସାଧୁବାବାଙ୍କ ଭାଙ୍ଗ ଦୋକାନ ଥିବାରୁ ଅନ୍ଧାରରେ ପୋଲିସ ଆଖିରେ ଧୂଳି ଦେଇ ନିଶାକାରବାର ଚାଲେ । ଏଠାରେ ଖୁଲମଖୁଲା ନିଶାକାରବାର  ହେଉଛି କିନ୍ତୁ ଏହି ଖବର ପ୍ରଶାସନର ପାଖରେ କିପରି ଅଛପା ତାହା ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚ୍ୟ ବିଷୟ ପାଲଟିଛି । ଏହି ନିଶା ଖାଇ କେତେ ଯେ ନିରୀହ ପରିବାର ନଷ୍ଟ ହେଲେଣି ତାହା ଗଣତିର ବାହାରେ । ବିଶେଷ କରି ଜଟଣୀର ଅବକାରୀ ବିଭାଗ କୋମାରେ । ଏହାର ସୁଯୋଗ ନେଇ ସହରର ରାଜାବଜାର, ମୁଣ୍ଡିଆସାହି, ମୁନିସିପାଲିଟି ଛକ, ମାଣିଆ ଛକ, ଟ୍ରାଫିକ କଲୋନୀ ଏପରି ଅନେକ ଜାଗାରେ ନିଶା ବେପାରୀ ବେପାର କରି ମାଲାମାଲ ହେଉଛନ୍ତି । ସହରରେ ନିଶା କାରବାର ବୃଦ୍ଧି ପାଉଥିବାରୁ ନିଶାଡୀଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି । ଦିନ ଦ୍ବିପହରରେ  ଜନତାଙ୍କ ଠାରୁ ଟଙ୍କା ଛଡାଇ ନେବା, ସନ୍ଧ୍ୟାରେ ଅନ୍ଧାରର ସୁଯୋଗ ନେଇ ସ୍ତ୍ରୀ ଲୋକଙ୍କ ବେକରୁ ସୁନାଚେନ ଛୀନତାଇ କରିବା, ସହର ବଜାରରେ ବୋମା ମାଡ଼ କରିବା ଇତ୍ୟାଦି ଅନେକ ଅପରାଧ ମୂଳକ କାର୍ଯ୍ୟ ଘଟାଇ ଥାନ୍ତି ନିଶାଡିଆ ମାନେ। ଏହା ଦ୍ୱାରା ସାଧାରଣ ଜନତାଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଲାଣି । ଜଟଣୀ ବାସି ପ୍ରଶାସନ ଉପରୁ ଏକ ପ୍ରକାର ଆସ୍ଥା ଏବଂ ବିଶ୍ୱାସ ହରେଇ ବସିଲେଣି ‌।   ନାରୀମାନେ ନିର୍ଭୟରେ ବାଟ ଚାଲିପାରିବେ କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇପଡିଛି ? । ଅନ୍ୟ ପକ୍ଷେ  ଆମ ୫ଟି ସରକାର ଏଥିପ୍ରତି ଦୃଷ୍ଟି ଦେଇ ନିଶା ବେପାରୀଙ୍କୁ ଗିରଫ କରିବା ସହ  ଏକ ଶାନ୍ତିର ବାତାବରଣ ସୃଷ୍ଟି କରିବାପାଇଁ ସାଧାରଣ ଜନତା ଆଶାପୋଷଣ କରିଛନ୍ତି 
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୬/୨୦୨୨---୬,୪୫ 
Sakhigopal News,11/6/2022

ads

Blog Archive