ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ; ଯୁବକଙ୍କୁ ଆକ୍ରମଣ , ଥାନାରେ ଉଭୟ ପକ୍ଷର ଅଭିଯୋଗ
Riots centered on previous hearings; Attacks on young men, allegations from both sides at the police station
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବରାଳ ଗ୍ରାମରେ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଯୁବକ ମୁଣ୍ଡ, ବେକ ଓ କାନରେ ଆଘାତ ଲାଗିଛି । ଏ ସଂକ୍ରାନ୍ତରେ ସତ୍ୟବାଦୀ ଥାନାରେ ଦୁଇଟି ମାମଲା ରୁଜ କରାଯାଇଛି । ଟିକିନା ମହାପାତ୍ର ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପୁଅ ସୁରେଶ ମହାପାତ୍ର ବଳପୁର ସ୍ଥିତ ଭାର୍ଗବୀ ନଦୀରେ କାଧେଇବା ପାଇଁ ଯାଇଥିଲା । ଆମ ଘ୍ରାମର ସୁରେଶ ମଧ୍ୟ ଗାଧେଇବା ପାଇଁ ସେଠାକୁ ଯାଇଥିଲା । ସେଠାରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା କ’ଣ ହୋଇଥିଲା ମୁଁ ଜାଣି ନାହିଁ । ହାଠାତ ଟୁଟୁ ମହାପାତ୍ର ଓ ତାଙ୍କ ବଡଭାଇ ସମାଟ୍ର ମହାପାତ୍ର ହାତରେ ଲୁହା ରଡ ଓ ଠେଙ୍ଗା ଧରି ମୋ ଘରେ ପଶି ମୋପୁଅ ସୁରେଶକୁ ଖୋଜିବା ସହ ବକାବନା କରିଥିଲେ । ମୁଁ କାହିଁକି ଖେଶଜୁଛ ବୋଲି ପଚାରିବାରୁ ସେମାନେ ମୋ ଲୁଗାପଟା ଚିରା ଚିରି କରିବା ସହ ମାରଧର କରିଥିଲେ ବୋଲି ଅଭିଯୋଗରେ ଲେଖିଛନ୍ତି । ସତ୍ୟବାଦୀ ପୋଲିସ ଅଭିଯୋଗକୁ ଆଧାର କରି ୧୭୩/୨୨ରେ ଏକ ମାମଲା ରୁଜ କରିଛନ୍ତି । ସେହିପରି ବରାଳ ଗ୍ରାମର ସମାଟ୍ର ମହାପାତ୍ର ଅଭିଯୋଗ କରିଛନ୍ତି ଯେ ତାଙ୍କ ସାନ ଭାଇ ଚନ୍ଦନ ମହାପାତ୍ର ନଦୀରେ ଗାଧେଇବାକୁ ଯାଇଥିଲା । ସେଠାରେ ରାଜା ଓରଫ ସୁରେଶ ମହାପାତ୍ର କୌଣସି କାରଣକୁ ନେଇ ମୋ ଭାଇକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଯାହାକିମୁଣ୍ଡ, ବେକ ଓ କାନରେ କ୍ଷତସୃଷ୍ଟି ହୋଇଛି । ଚନ୍ଦନଙ୍କ ଫୋନ ଓ ସୁନାଚେନ ନେଇଯାଇଥିବା ନେଇ ସତ୍ୟବାଦୀ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ୧୭୪/୨୨ରେ ଏକ ମାମଲା ରୁଜ କରାଯାଇଛି ବୋଲି ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ଏଏସଆଇ କୃଷ୍ଣଚନ୍ଦ୍ର ବେହେରା କେସ ତଦନ୍ତ କରୁଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୬/୨୦୨୨---୫,୪୦
Sakhigopal News, 8/6/2022


