ads

Breaking News

୫ଟିରେ ସାମିଲ ହୋଇଥିବା ସତ୍ୟବାଦୀର ୯ଟି ହାଇସ୍କୁଲ ଉଦଘାଟିତ

Six truth schools have been inaugurated, including five.


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ୫ଟି ଯୋଜନାରେ ଅନ୍ତଭୁକ୍ତ ଥିବା ୯ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଭଚ୍ୟୁଆଲ ମାଧ୍ୟମରେ ଅପରାହ୍ନରେ ଉଦଘାଟିତ କରିଛନ୍ତି । ବିଦ୍ୟାଳୟ ଗୁଡିକ ହେଲା ତୁତୀୟଦେବ ହାଇସ୍କୁଲ ଶୁକଳ, ମଧୁବନ ହାଇସ୍କୁଲ, ଦାସବିଦ୍ୟାଧରପୁର ହାଇସ୍କୁଲ, ମୂଳଅଳସା ହାଇସ୍କୁଲ,  ସତ୍ୟବାଦୀ ସରକାରୀ ବାଳିକା ହାଇସ୍କୁଲ , ଓଡିଶା ଆଦର୍ଶ ବିଦ୍ୟାଳୟ, ଜୟଦୁର୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ଗଜବକୁଣ୍‌ଡ, ରାଇଚକ୍ରଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, ବୀରଗୋବିନ୍ଦପୁର ହାଇସ୍କୁଲ ଦୁତୀୟ ପର୍ଯ୍ୟାୟରେ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟ ଗୁଡିକର ସ୍କାଟ କାସ୍କରୁମ, ଲାଇବେରୀ ବିଦ୍ୟାଳୟର ରଙ୍ଗ, ପାଚେରୀ, ଶୌଚାଳୟ ଆଦି ଘର ଗୁଡିକ ପୁନଃଉଦ୍ଧାର କରାଯାଇଛି ।  ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ତତ୍ୱବଧାନରେ ପ୍ରତି ବିଦ୍ୟାଳୟରୁ ଜଣେ ଶିକ୍ଷକ, ଜଣେ ଛାତ୍ର ଓ ଜଣେ ଛାତ୍ରୀ ଜିଲ୍ଲା ସ୍ତରରେ ଅନୁଷ୍ଠିତ ଉଦଘାଟିତ ସଭାରେ ଯୋଗ ଦେଇଛନ୍ତି । ସେହିପରି ବ୍ଳକର  ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା , ସହକାରୀ ନିର୍ବାହୀଯନ୍ତ୍ରୀ ଅମିତ୍ର ଗଜେନ୍ଦ୍ର, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ଜେଇ ଅନୁରକ୍ତା ଦାଶ , ପ୍ରମୋଦା ତ୍ରିପାଠୀ ଓ ନିବେଦିତା କାନୁନଗୋ  ପ୍ରମୁଖ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ବ୍ଳକର ଶିକ୍ଷା ଅଧିକାରୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉଦଘାଟନୀ ସଭା ପରିଚାଳନା କରିଥିଲେ । ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ଜେନା ଓ ପୂର୍ବତନ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର  ପଣ୍ଡାଙ୍କ ସହିତ ବିଭିନ୍ନ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରୀ ମାନେ ଉପସ୍ଥିତ ରହି ଉଦଘାଟନୀ ଉତ୍ସବକୁ ସଫଳ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୬/୨୦୨୨---୫,୪୦   

Sakhigopal News, 8/6/2022

ads

Blog Archive