ads

Breaking News

ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

Young man arrested for cheating on wife

ଓଡ଼ଗାଁ:- ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଲେ । କିନ୍ତୁ ବିବାହ ପାଇଁ ପ୍ରତାରଣା କରିବା ଅଭିଯୋଗ ରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ହେଲେ ଓଡ଼ଗାଁ ଥାନା ଅନ୍ତର୍ଗତ ସୁନାମୁହିଁ ପଞ୍ଚାୟତର ମାଳିଆଝୋଲା ଗ୍ରାମର ରାଜୁ ନାୟକ(୨୨) ବୋଲି ପୋଲିସ ସୁତ୍ରରୁ ଜଣାପଡିଛି
   ଅଭିଯୋଗ ଅନୁସାରେ, ରାଜୁ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୀର୍ଘ ମାସ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ। କିନ୍ତୁ ବିବାହ ପାଇଁ ଦିନ ଗଡାଇବା ସହ ମହିଳାଙ୍କୁ ପ୍ରତାରଣା କରିଚାଲିଥିଲେ ।ନିରୁପାୟ ହୋଇ ମହିଳା ଜଣକ ଓଡ଼ଗାଁ ଥାନା ରେ ଅଭିଯୋଗ ପରେ ଓଡ଼ଗାଁ ପୋଲିସ ୧୩୨/୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାଜୁକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ସେଠାରେ ତା'ର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ କାରାଗାର କୁ ପଠାଇ ଦିଆଯାଇଥିବା ଜଣାପଡିଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
-୨୬/୧୧/୨୧---୯,୨୦  
Sakhigopal News,26/11/2021

ads

Blog Archive

Popular Posts