ads

Breaking News

ବେକରେ ସାପ ପକାଇ ବେପାର; ଆଇନ ତା ବାଟରେ

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର, ବିଦ୍ୟାଧରପୁର, ସାରଙ୍ଗଯୋଡି ଆଦି ଗ୍ରାମ ପଞ୍ଚୟତରେ ଜଣେ ବ୍ୟକ୍ତି ବେକରେ ସାପ ପକାଇ ପଇସା ରୋଜଗାର କରୁଛନ୍ତି  । ତାଙ୍କ ଘର ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳର  । ତାଙ୍କ ନାମ ଗଣେଶ ଦାସ  । ଜଙ୍ଗଲ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ଘରେ ରଖିବା, ପୋଷିବା ଏବଂ ସେମାନଙ୍କୁ ନେଇ ଅର୍ଥ ରୋଜଗାର କରିବା ନିଷେଧ ରହିଛି ବା ଆଇନ ଅଛି  । ଆଇନ ତା ବାଟରେ ଗଣେଶ ତା ବାଟରେ ବେପାର କରୁଛି । ଗଣେଶ ବେକରେ ଏକ ୬ ଫୁଟ ଲମ୍ବାର ଏକ ଚନ୍ଦନବେଡା  ପକାଇ ଗ୍ରାମକୁ ଗ୍ରାମ ବୁଲି ଭିକ୍ଷା ମାଗୁଥିବାର ଦେଖାଯାଉଛି । ନିଜକୁ ବଡ ସର୍ପ ଗୁଣିଆ କହି ସର୍ପଭୟ ନିର୍ବାରଣ ଡେଉଁରିଆ ଓ ମନ୍ତୁରା ଶୋରିଷ ବିକ୍ରୟ କରୁଛି । ଯାହାରକି ମୂଲ୍ୟ ପ୍ରାୟ ୫୧ଟଙ୍କା ସର୍ବନିମ୍ନ ରହିଛି । ସେହିପରି ଗଣେଶ ପ୍ରତି ପରିବାର ଦାଣ୍ଡ ଦୁଆରକୁ ଯାଇ ସାପ ଦେଖାଇ ୧୦ ଟଙ୍କା ଆଦାୟ କରୁଛନ୍ତି  ।ଗଣେଶ ନଜେ କହନ୍ତି  ପୋଲିସ ଭୟରେ ସେ ସହରକୁ ବା ବଜାର ନ ଯାଇ ଗ୍ରାମଞ୍ଚଳରେ ପଇସା ରୋଜଗାର କରୁଛନ୍ତି । ଏହାକୁ ନେଇ ବୁଦ୍ଧଜିବୀ ମାନେ କହନ୍ତି ଯଦି ସାପୁଆ କେଳା ବା ଦୀର୍ଘଦିନ ଧରି ଯେଉଁମାନେ ସାପ ଧରି ଖେଳ ଦେଖାଇ ପରିବାର ପୋଷଣ କରୁଥିଲେ ସେମାନଙ୍କୁ ରାଜ୍ୟ ସରକାର ବାରଣ କରିଥିବା ବେଳେ ଗଣେଶଙ୍କ ପରି ଅନେକ ଗଣେଶ ଅଛନ୍ତି ସେମାନଙ୍କ ପାଇଁ ଆଇନ ନାହିଁ ବୋଲି କହନ୍ତି । ତୁରନ୍ତ ବନ୍ୟପ୍ରାଣୀ ସୁରକ୍ଷା ବିଭାଗ ଏଥିପ୍ରତି ନଜର ଦେବାକୁ ଦାବୀ ହୋଇଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts