ads

Breaking News

ଆନ୍ଧ୍ରବ୍ୟାଙ୍କ ପକ୍ଷରୁ ବାଲିଗୁଡାରେ ଜଳଛତ୍ର ଖୋଲିଲା

କନ୍ଧମାଳ---- ବାଲିଗୁଡା ଠାରେ ଆନ୍ଧ୍ରବ୍ୟାଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ପ୍ରଥମ କରି ଜଳଛତ୍ର ଖୋଲିଛି  ।  ଦିନକୁ ଦିନ ଖରା ବଡିବାରେ ଲାଗିଛି । ତାପମାତ୍ର ଯେଉଁ ପରିମାଣର ବଡୁଛି ଆଉ କେତଟି ଦିନରେ ଦିନ ୧୦ ଟା ବାଜିଗଲେ ଘରୁ ବାହାରିବା କଷ୍ଟକର ହୋଇପଡିବ । ଉକ୍ତ ବ୍ୟାଙ୍କଟି ମୁଖ୍ୟ ରାସ୍ତା ଉପରେ ରହିଥିବାରୁ ପ୍ରତିଦିନ ବ୍ୟାଙ୍କର ଗ୍ରାହକ ଓ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକମାନେ ଯିବା ଆସିବା କରିଥାନ୍ତି । ବାଲିଗୁଡା ଆନ୍ଦ୍ରବ୍ୟାଙ୍କ ଠାରେ ଜନସାଧାରଣଙ୍କ ପାଇଁ ଏକ ପାନୀୟ ଜଳର ସୁବନ୍ଦେବସ୍ଥ କରାଯାଇଛି । ବ୍ୟାଙ୍କର ଶାଖା ପରିଚାଳକ ସୁଶାନ୍ତ କୁମାର ମଲିକିଏହି ଜଳଛତ୍ର କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ବ୍ୟାଙ୍କର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ  । ଜଳଛତ୍ର ଖୋଲିଥିବାରୁ ସ୍ଥାନୀୟ ଲୋକମାନେ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts