ads

Breaking News

ସବୁ କଳ୍ପନା ଜଳ୍ପନା ଶେଷ ; ମହାରଥୀ ପୁଣି ପ୍ରାର୍ଥୀ ହେଲେ

ଡେଲାଙ୍ଗ--- ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ତୁଙ୍ଗ ଓ ଟାଶୁଆ ନେତା ଭାବେ ବେଶ ପରିଚିତ ଶ୍ରୀ ପଦୀପ ମହାରଥୀ । ବିଜେଡି ଦଳରେ ସେ ଜଣେ ଟାଣୁଆ ନେତା ଭାବରେ ଜଣାଶୁଣା  । ସେ ଭାଷଣ ଦେବା ସମୟରେ ଏପରିକି ସତ୍ୟକଥା କହିବା ବେଳେ କିଛି ନ କହିବା କଥା କହିକି ଅସୁବିଧାରେ ପଡିଥାନ୍ତି  । ଏଣୁ ଏଥର ସେ ଟିକେଟ ପାଇବେ ନାହିଁ ବୋଲି ପ୍ରଚାର କରାଯାଇଥିଲା  । ମାତ୍ର ୨୦୦୯ ମସିହା ଠାରୁ ଜାଙ୍କର ଲୋକପିୟତା ବୃଦ୍ଧି ପାଇଚାଲିଛି । ବିଜେଡି ଦଳର ସୁପ୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଏଥରକ ତାଙ୍କୁ ପୁର୍ନବାର ପ୍ରାର୍ଥୀ କରାଇଛନ୍ତି । ଏଥିପାଇଁ ପିପିଲି ଓ ଡେଲାଙ୍ଗ ବ୍ଳକର ବିଜେଡିର ଶତାଧିକ କର୍ମୀ ମାନେ ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ବଧେଇ ଜଣାଇଛନ୍ତି । ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, କବିତା ପ୍ରଧାନ, ଭାରତୀ ଚମ୍ପତିଙ୍କ ସହ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ପିପିଲି ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତ୍ତବନ୍ଦୁ ସାମନ୍ତରାୟ, ଆତ୍ମାର ସଭାପତି ଧରିଣୀ ଧର ସାହୁଙ୍କ ସହ ବିଭିନ୍ନ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ ମହିଳା ଗୋଷ୍ଠୀ ପକ୍ଷରୁ ଶ୍ରୀ ମହାରଥୀଙ୍କୁ ସ୍ୱାଗତ କରାଯାଇଛି । ଆସନ୍ତା ବୁଧବାର ଦିନ ପିପିଲି ଡେଲାଙ୍ଗରୁ ଶତାଧିକା କର୍ମୀଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବେ ବୋଲି ଜଣାପଡିଛି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts