ads

Breaking News

ତେଲ ଦର ରୋକିବା ପାଇଁ ତାଟି ଶଗଡିରେ ପିକନିକ

ସାକ୍ଷୀଗୋପାଳ ---- ଦେଶରେ ଯେଉଁପରି ଭାବରେ ତେଲଦର ବଢି ଚାଲିଛି ଓବାୟୁ ପଦୂର୍ଷଣ ହୋଉଛି । ଏହାକୁ ନେଇ ହରତାଳ ସହିତ  ଗଣ ଆନ୍ଦୋଳନ ହୋଇଛି । ଏ ସମସ୍ତ ଦିଗ ପ୍ରତି ନଜର କରି ପୁରୀ ଜିଲ୍ଳାର ଚନ୍ଦନପୂର ଥାନା ଅନ୍ତର୍ଗତ ପିଳିପିଳା ଓ କରଢି  ଗ୍ରାମର ଯୁବକ ମାନେ ମିଳିତ ହୋଇ ତେଳ ବଞ୍ଚାଇବା ଲକ୍ଷ୍ଯ ନେଇ  ଶଗଡରେ ଭୋଜିଭାତ କରିବା ପାଇଁ ୯ ଖଣ୍ଡ ଶଗଡରେ ୩୬ ଜଣ  ପଟ୍ଟନାୟିକିଆ ସ୍ଥିତ ହରିସହଦେବ ବା ହରିଆବୁଢା ଠାରେ ପହଞ୍ଚିଥିଲେ । ଶଗଡ ବଳଦ ଗୁଡିକ ଜମ୍ବୁରା ଜରିରେ ସଜାସଜି ହୋଇଥିଲା ।ସେହିପରି ବଳଦ ଗୁଡିକ ଙ୍କ ମୁଣ୍ଡରେ ଘଣ୍ଟି ଘାଘୁଡି ବନ୍ଦାଯାଇଥିଲା ।ମନରଞ୍ଜନ କରିବା ପାଇଁ ଏକ ଶଗଡରେ ମାଇକି ବାଜୁଥିଲା । ଏହି ପିକନିକ ପାଟିର ନେତୃତ୍ବ ନେଇଥିଲେ ସୁକାନ୍ତ ବେହେରା । ଏମାନଙ୍କର  ମୁଖ୍ଯ ଉଦ୍ଧେଶ୍ଯ ଆଜିର ଆଧୁନିକ ଯୁଗରେ ଲୋକମାନେ ନିଜର ପରମ୍ପରାକୁ ଭୁଲିଯାଇଛନ୍ତି । ଏହାକୁ ପୁଣିମନେ ପକାଇ ଦେବାକୁ ପ୍ରୟାସ ଜାରି କରିଛନ୍ତି । ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି

Sagaders piciniki

ads

Blog Archive

Popular Posts