ads

Breaking News

ନେକ୍ସ ସ ହେଲ୍ପ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର: ୨୫ ୟୁନିଟ ରକ୍ତ ସଂଗ୍ରହ


 ସାକ୍ଷୀଗୋପାଳ----- କର୍କଟ ରୋଗୀ ମାନଙ୍କ ପାଇଁ ନେକ୍ସ ସ ହେଲ୍ପ ଫାଉଣ୍ଡେସନ ପକ୍ଷରୁ ସତ୍ୟବାଦୀ  ଉତ୍କଳ ମଣି ସ୍ମୃତି ମହାବିଦ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମାର୍ଗଦର୍ଶକ୍ ସସ୍ମିତା ଦାସ, ନିର୍ମଳ କୃଷ୍ଣ ମହାନ୍ତି, ଅଲେଖ ମହାରଣା, ଅଭିଜିତ୍ ଜେନା, ରଞ୍ଜନ ମଲ୍ଲିକ, ଜୀବନ ଜ୍ୟୋତି ସାମନ୍ତ ସିଂହାର, ,ସତ୍ୟନରାୟଣ ସାହୁଙ୍କ  ତତ୍ବାବଧାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ରକ୍ତଦାନ ଶିବିରକୁ ପ୍ରିନସିପାଲ୍ ସତ୍ୟ ଶିବ ସୁନ୍ଦର ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥିଭାବେ ଶ୍ରୀରାମଚନ୍ଦ୍ର ପୁର ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା ନେକ୍ସ ସ ହେଲ୍ପ  ଫାଉଣ୍ଡେସନର ସଭାପତି ସୁବ୍ରତ ମଲ୍ଲିକ ଯୋଗଦେଇଥିଲେ  । ସଦସ୍ୟ ଶ୍ରୀକାନ୍ତ ସାହୁ, ରାଜେଶ୍ ଜେନା ଶିବିର କୁ ପରିଚାଳନା କରିଥିଲେ । କଲେଜ ର ଜାତୀୟ ସେବା ଯୋଜନାର  ପ୍ରକାଶ କୁମାର ସାହୁ , ରେଡକ୍ରସ୍ ର ଜିତେନ୍ କୁମାର ଦାସ ସହଯୋଗ କରିଥିଲେ କରିଥିଲେ ।ଏଥିରେ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୪/୨୦୨୫----୮,୩୫ Sakhigopal News,8/4/2025

ads

Blog Archive

Popular Posts