ads

Breaking News

ଗଙ୍ଗାଧର ମାହାପାତ୍ର ଙ୍କ ୧୯ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

ସାକ୍ଷୀଗୋପାଳ ---ସ୍ୱର୍ଗତଃ ଗଙ୍ଗାଧର ମାହାପାତ୍ର ଙ୍କ ୧୯ତମ  ଶ୍ରାଦ୍ଧ ବାର୍ଷିକ ଉତ୍ସବ ତାଙ୍କର ଜନ୍ମମାଟି ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୂର ଗ୍ରାମରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ତାଙ୍କ ଅବୟବ ପ୍ରତିମୂର୍ତ୍ତୀରେ ଅତିଥି ମାନେ ମାଲ୍ୟାର୍ପଣ ଓ ପ୍ରଦୀପ  ପ୍ରଜ୍ବଳନ କରିଥିଲେ । ପରେ ପରେ ବିଶ୍ୱାନଥପୁର ନୋଡାଲ ହାଇସ୍କୁଲ ମଧ୍ୟରେ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା ।  ଏଥିରେ ତାଙ୍କର ଦୁଇ ପୁତ୍ର ସୀତା ବଲ୍ଲଭ ମହାପାତ୍ର,ଜାନକୀ ବଲ୍ଲଭ ମାହାପାତ୍ର ଙ୍କ ସହ ରାଧାକାନ୍ତ ଦାସ,ବିପିନ ବିହାରୀ ଦଳାଇ,ବାସୁଦେବ ସାହୁ, ଆଇନଜୀବୀ ପୁଷ୍କର ମହାପାତ୍ର,ଆଇନଜୀବୀ ସୁଶାନ୍ତ କୁମାର ରଥ, ଜିତେନ୍ଦ୍ର ପ୍ରସାଦ ମିଶ୍ର,ସ୍ଥାନୀୟ ସରପଞ୍ଚ ସର୍ବେସ୍ଵ ଷଡ଼ଙ୍ଗୀ ,ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସମେତ ଅନାନ୍ୟ ଶିକ୍ଷକ , ଶିକ୍ଷୟତ୍ରୀ ଯୋଗଦେଇଥିଲେ ।  ୮ମ , ୯ମ ଓ ୧୦ମ ଶ୍ରେଣୀର ପ୍ରଥମ,୨ୟ ଓ ୩ୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆଇନିଜୀବୀ ସୁଶାନ୍ତ କୁମାର ରଥ ପରିଚାଳନା କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୪/୨୦୨୫----୯,୪୫ Sakhigopal News,5/4/2025

ads

Blog Archive

Popular Posts