ads

Breaking News

ସତ୍ୟବାଦୀ ମହୋତ୍ସବର ଦୁତୀୟ ସଂଧ୍ୟା


 ସାକ୍ଷୀଗୋପାଳ,+-++ ସତ୍ୟବାଦୀ ମହୋତ୍ସବର ଦୁତୀୟ ସଂଧ୍ୟା ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେଥି ମଧ୍ୟରୁ ସାକ୍ଷୀଗୋପାଳ ସାନା ତାଇକୋଣ୍ଡା ପକ୍ଷରୁ ସଂଗୀତ ନାଚ ମଧ୍ୟରେ କଳା ପ୍ରଦର୍ଶନୀ ସହିତ କଳାହାଣ୍ଡି ର ଘୁମୁରା ନୃତ୍ୟ ଓ ସତ୍ଯବାଦୀ ସଂଗୀତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶ୍ରୀ ରାଧା ନୃତ୍ୟ ସହିତ ଛଉନୃତ୍ୟ ବେଶ ଆକର୍ଷଣୀୟ ସାଜିଥିଲା। କଳାକାର ମାନଙ୍କୁ ସତ୍ୟବାଦୀ ମହୋତ୍ସବର ସମ୍ପାଦକ ଓ ଅନ୍ୟମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ କୁ  ହାଇଟେକ୍ ମେଡିକାଲ୍ ର ଅଧ୍ୟକ୍ଷ  ତିରୁପତି ପ୍ରାଣିଗ୍ରାହି ଓ ମହୋତ୍ସବ କମିଟିର ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଦେବେନ୍ଦ୍ର  ବରାହି, ଜିଲ୍ଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର, ସଭ୍ଯା ବିଷ୍ଣୁପ୍ରିୟା  ବରାଳ ଓ ଅନୁଷ୍ଠାନର ସଂଯୋଜକ ଜାନକୀବଲ୍ଲଭ ବରାଳ ପ୍ରମୁଖ ମହୋତ୍ସବର ଦ୍ଵିତୀୟ ସଂଧ୍ୟା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେପରେ ଓଲିଉଡ ମ୍ଯୁଜିକାଲ ନାଇଟ ବର୍ଣ୍ଣାଳୀ ହୋତା ଙ୍କ ଗ୍ରୁପ ଙ୍କ ଦ୍ଵାରା ସଂଗୀତ ବେଶ୍ କିଛି ସମୟ ପାଇଁ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୨/୨୦୨୫---୯,୧୦ Sakhigopal News,15/2/2025

ads

Blog Archive

Popular Posts