ads

Breaking News

ବକୁଳବନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ . ମାର୍ଚ୍ଚ ୨୩ରେ ହେବ ମହୋତ୍ସବ


 


ସାକ୍ଷୀଗୋପାଳ,----  ସତ୍ୟବାଦୀରେ ୧୯ ବର୍ଷ  ଧରି ଭିନ୍ନ ଧରଣର ଅନୁଷ୍ଠିତ ହୋଇଆସୁଛି ବକୁଳବନ ମହୋତ୍ସବ ।  ମହୋତ୍ସବ ପାଇଁ  ପ୍ରଥମ ପ୍ରସ୍ତୁତି ବୈଠକ ପଞ୍ଚସଖା ସମାଧିପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ବକୁଳବନ ମହୋତ୍ସବ କମିଟିର ସଭାପତି ସାଧୁଚରଣ ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଉପଦେଷ୍ଠା ତଥା ପୂର୍ବତନ ସାଂସଦ ଡ, ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇ କହିଥିଲେ  ମନର ଇଛାଶକ୍ତି ଥିଲେ ମହୋତ୍ସବ ସରସ ସୁନ୍ଦର ହୋଇ ପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଲକ୍ଷ୍ମୀପ୍ରସାଦ ପାଣି, ଅନୁଷ୍ଠାନର ସମ୍ପାଦକ ଯଯାତି କେଶରୀ ରାୟ,  ମହୋତ୍ସବ କମିଟିର ପ୍ରତିଷ୍ଠାତା ତଥା କବି, ଗବେଷକ, ଲେଖକ ଶଚୀକାନ୍ତ ବିଶ୍ୱାଳ, ଫପ୍ରେସର ଡାକ୍ତର ପି, କେ, ଦାଶ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ଧିରଞ୍ଜନ ବିଶ୍ୱାଳ, ସନ୍ତୋଷ ବେହେରା, ବିଜୟ କୁମାର ପରିଡା, ବିଶାଖା ଦେବୀ, ସୁଜତା ଦେବୀ, ନଳିମା ରଥ, ମାନସି ପ୍ରଧାନ, ସୁକାନ୍ତି ବରାଳ, ମାନସ ରାଉତ, ରାଜକିଶୋର ସାହୁ, ପ୍ରଭାସ ପରିଡା ଓ କୃପାନିଧି ପ୍ରଧାନ ପ୍ରମୁଖ ଯୋଗ ଦେଇ ବକୁଳବନ ମହୋତ୍ସବ ସମ୍ପର୍କରେ ଆଲେଚନା କରିଥିଲେ । ବକୁଳବନ ସ୍ଥିତ ସିଦ୍ଧବଳରାମଙ୍କ ମନ୍ଦିର ସମ୍ମୁଖରେ ଗଡି ଉଠି ଥିବା ବକୁଳବାଟିକାରେ ପରିସରରେ  ମାର୍ଚ୍ଚ ୨୩ ତାରିଖରେ ଅନୁଷ୍ଠିତ ହେବାପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ବକୁଳବନ ବାର୍ତ୍ତା ପୁସ୍ତକ ଉନ୍ମୋଚନ କରାଯିବ ଯେଉଁ ମାନେ ଲେଖା ଦେବାକୁ ଆଗ୍ରହୀ ସେମାନେ ଦଶ ତାରିଖ ଆଗରୁ ଲେଖା ଅନୁଷ୍ଠାନର ଉପସଭାପତି ଓ ସମ୍ପାଦକଙ୍କୁ ପଠାଇବାକୁ  କୁହାଯାଇଛି ।

ସାକ୍ଷୀଗୋପାଳରୁ ଧୀରେନ୍‌ଦ୍ର ସେନାପତି, ୨୭/୨/୨୦୨୫---୭,୨୫     Sakhigopal News,28/2/2025

ads

Blog Archive

Popular Posts